ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ନ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ 

ବାଲେଶ୍ଵର, ୨୮/୯/୨୨- ପବିତ୍ର ଦୁର୍ଗା ପୂଜା ଆସନ୍ତା ତା ୦୨/୧୦/୨୨ ରିଖ ଠାରୁ ଆରମ୍ଭ ହେଉଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନାର ଖଇରା ବଜାର, ଗଣ୍ଡିବେଡ, ତୁଡିଗଡିଆ, କୁରୁଣ୍ଟା, ରାଇକୁଳା, ମାଖନପୁର, ଡଗରପଡା, ସାରଡାଙ୍ଗ, ପତିରାଜପୁର, ଡୁଙ୍ଗୁରା, ନହଙ୍ଗ, କୁପାରୀ, ମହତିପୁର, ବୁଢାଗଡିଆ ସମେତ ବିଭିନ୍ନ ସ୍ଥାନରେ ମୃଣ୍ମୟୀ ଦେବୀ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଶାନ୍ତି ଶୃଙ୍ଖଳାର ସହିତ କିପରି ପୂଜା ଶେଷ ହେବ, ସେଥିପାଇଁ ଖଇରା ତରଫରୁ ତା ୨୭/୯/୨୨ ରିଖରେ ଏସ.ଆଇ. ମୌସୁମୀ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରି ପ୍ରତ୍ୟେକ ବର୍ଷପରି ଏବର୍ଷ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଶ୍ରୀମତୀ ମହାନ୍ତିଙ୍କୁ ନିବେଦନ କରିଥିଲେ । କୌଣସି ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦୃଷ୍ଟି ଗୋଚର ହେଲେ ସଙ୍ଗେ ସଙ୍ଗେ ଥାନା ନଜରକୁ ଆଣିବା ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲେ ଏସ.ଆଇ. ଶ୍ରୀମତୀ ମହାନ୍ତି । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ପଦ୍ମଲୋଚନ ଦାସ, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା, ଛାୟାକାନ୍ତ ମହାନ୍ତି, ଧନଞ୍ଜୟ ପଣ୍ଡା, କିଶୋର କୁମାର ବେହେରା, ବଳରାମ ଲେଙ୍କା, ଲୋଚନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଶାରଦୀୟ ମା ଦୁର୍ଗାଙ୍କ ପୂଜା ସମାପନ ପାଇଁ ଶାନ୍ତି କମିଟି ବୈଠକରେ ଖଇରା ଥାନା ଏସ. ଆଇ. ଶ୍ରୀମତୀ ମହାନ୍ତିଙ୍କ ଉଦ୍ଯମକୁ ସମସ୍ତେ ପ୍ରଶଂସା କରିବା ସହିତ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଲକ ସ୍ୱଚ୍ଛ ଭାରତ ମିଶନ ର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର ) ସଂଘ ଗଠନ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

ରାସ୍ତା ଖଣ୍ଡିକ ସାତ ସପନ; ଆଗ ପୋଲ ପରେ ରାସ୍ତା: ମୁନିଗୁଡା ପଡ଼ାବାସୀ।

Leave a Comment

error: Content is protected !!