ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ମଙ୍ଗଳା ଙ୍କ ପୀଠ ରେ ନିଶା ମଙ୍ଗଳବାର ଓଷା ପାଳିତ

ଢେଙ୍କାନାଳ ତା ୧୩/୯/୨୨ _ରାଧାକୃଷ୍ଣ ବଜାର ସ୍ଥିତ ମଙ୍ଗଳ ମୟୀ ମା ସର୍ବ ମଙ୍ଗଳାଙ୍କ ପୀଠିରେ ନିଶା ମଙ୍ଗଳବାର ଓଷା ପାଳିତ ହୋଇଯାଇଛି । ପ୍ରଥମେ ସକାଳେ ମାଜଣା କରାଯାଇ ନୂତନ ବସ୍ତ୍ର,ଫୁଲ, ହାର ,ଧୂପ , ଦୀପ ଓ ପଣା ଦିଆଯାଇ ଥିଲା। ପରେ ସନ୍ଧ୍ୟା ସମୟରେ ଏକତ୍ରିତ ହୋଇ ମହିଳା ମାନେ କଳସ ଧରି ପୋଖରିରେ ପୂଜା ଅର୍ଚ୍ଚନା କରି ଜଳ ଧରି ଆସିଥାନ୍ତି । ଘଟ ଆବାହନ କରାଯାଇ ମନ୍ଦିରରେ ପୂଜକ ଗୁଆ ସ୍ଥାପନା କରିଥାଆନ୍ତି । ମାଆଙ୍କର ପୂଜା ଅର୍ଚନା କରିଥାଆନ୍ତି । ଏହି ପୂଜା ରେ ବିଭିନ୍ନ ପ୍ରକାର ଫଳ ମୂଳ , ଉଖୁଡ଼ା, ରାଶି ଲଡୁ,ଲାଗି କରିବାର ବିଧି ବିଧାନ ରହି ଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘ ୩୨ ବର୍ଷ ହେଲା ଏହି ପୂଜା ପାଳନ କରା ଯାଉଅଛି। ଏହି ପୂଜାରେ ଖୁଲଣା ସୁନ୍ଦରୀ ବହି ପଠନ କରାଯାଇଥାଏ । ପୂଜକ ନବକିଶୋର ମହାପାତ୍ରା, କର୍ତ୍ତି ଅଶାନ୍ତି ଓଝା ଓ ଅନ୍ୟ ଭକ୍ତ ଶାନ୍ତିଲତା ପ୍ରଧାନ, ଜ୍ୟୋତ୍ସ୍ନାମୟୀ ,ପ୍ରମିଳା ହାତି,ଶଙ୍କୁନ୍ତାଳ ,ଝୁନୁ ,ଭାରତୀ ମାଟି ଙ୍କ ଉପସ୍ଥିତିରେଏହି ଓଷା ପାଳନ ହୋଇଥିଲା ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

Sunil Chandra Nayak

ବଲା ଗାଁ ରେ ଶୋଇଥିବା ଅବସ୍ଥାରେ ନିଆଁ ରେ ଜଳି ସ୍ବାମୀ ସ୍ତ୍ରୀ ଗୁରୁତର

Sunil Chandra Nayak

ମେସିନ ସାଜିଛି ଶ୍ରମିକ

Sunil Chandra Nayak

Leave a Comment

error: Content is protected !!