ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ବୈଠକ

ରାଉରକେଲା/ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବୈଠକ ଉପସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାରଦୀୟ ଦୁର୍ଗା ପୂଜା ଖଡ୍ଗଭବନରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଦଶହରାରେ ପୂର୍ବଭଳି ପରମ୍ପରା ରକ୍ଷା ପୂର୍ବକ ୧୨ ହାତ ଖଣ୍ଡା ପରିକ୍ରମା ଓ ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ବର୍ଷ ପରି ସଭ୍ୟମାନେ ପୂଜା ଖଣ୍ଡା ଆଣି ଏଠାରେ ପୂଜାର୍ଚ୍ଚନା କରିବେ। ପୁଲିସ ପ୍ରଶାସନର ଆବଶ୍ୟକ ଅନୁମତି ନିଆଯାଇ ସହର ପରିକ୍ରମା କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସାଧାରଣ ସଂପାଦକ ଶଶଧର ପାତ୍ର ଅନୁରୋଧ କରିଥିଲେ । ଏହି ବୈଠକରେ ସର୍ବଶ୍ରୀ ବାବାଜି ସ୍ବାଇଁ,ନାରାୟଣ ସାମଲ, ପୂର୍ଣ୍ଣ ପ୍ରଧାନ, ରବି ପରିଡା, ଅକ୍ଷୟ ଜେନା, ବସନ୍ତ ଜେନା,ରବିନ୍ଦ୍ର ବାରିକ,ଉଗ୍ରେସନ ବିଶ୍ବାଳ, କିଶୋର ନାୟକ, ଶମ୍ଭୁନାଥ ପରିଡା, ସୁଦର୍ଶନ ସାମଲ, ପହଲି ନାୟକ, ରାଧାଶ୍ଯାମ ପରିଡା, ପିତାମ୍ବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୂରାତନ ସଭ୍ୟ ଗଣେଶ୍ବର ମହାଳିକ ଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂତନ ମେଡିକାଲର ଭିତ୍ତିପ୍ରସ୍ତର ସ୍ଥାପନ 

Sunil Chandra Nayak

କୋକସରା ଭାଜପା ଦଳ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଅତୀତର ଶୀତ, ଯେତେ ଭିତ ସେତେ ମିତ 

Sunil Chandra Nayak

Leave a Comment

error: Content is protected !!