ଧର୍ମଗଡ:୧୦/୯/୨୨: ଧର୍ମଗଡ ବ୍ଲକ ର କାଶିବାହାଲ କ୍ଲଷ୍ଟର ଅନ୍ତର୍ଗତ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଶିକ୍ଷା ସଂଗଠନ ସୌଜନ୍ୟରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ମାନଙ୍କ ସହଯୋଗରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ୱଜୀତ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡିଶା ରାଜ୍ୟ ଶିକ୍ଷକ ସଂଘ ର ସମ୍ପାଦକ ବିକ୍ରମ ଚନ୍ଦ୍ର ସାଗର ଏବଂ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ବିନୋଦିନୀ ଗଉଡ , ସି ଆର ସି ସି . ରାଜେନ୍ଦ୍ର ଦୁରିଆ, ଟିକେଶ୍ୱର ମାଝୀ, ଶିକ୍ଷକ ବଟକୃଷ୍ଣ ବେହେରା , ଏସ ଏମ ସି ଅଧ୍ୟକ୍ଷ ବଳଭଦ୍ର ବାଗ, ମା ଭଣ୍ଡାର ଗ୍ରହଣୀ ୟୁଥ କ୍ଲବ ର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ଦୁରିଆ , କୈବଲ୍ୟ ଶିକ୍ଷା ସଂଗଠନର ଜିଲା ପ୍ରବନ୍ଧକ ଦିବ୍ୟାନଶୁ ଗୁପ୍ତା ଓ ନର୍ଗିସ ପରବୀନ ଉପସ୍ଥିତ ଥିଲେ । ଧର୍ମଗଡ ବ୍ଲକ ମ୍ୟାନେଜେର ସୋନାଲ ଲାଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ଚିତ୍ର ବିଦ୍ୟାଳୟ କାନ୍ଥରେ ଅଙ୍କନ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ପାଇଁ ଆକୃଷ୍ଟ କରାଇବା ସହିତ ମାଧ୍ୟାନ୍ନ ଭୋଜନ ରେ ପାଉସତକ ଆହାର ନିମନ୍ତେ ପୋଷଣ ବଗିଚା କାର୍ଯ୍ୟକ୍ରମ ରେ ବିଭିନ୍ନ ପାରିବ ଗଛ ଲଗାଯାଇଥିଲା । ବ୍ଲକ ମ୍ୟାନେଜେର ସୋନାଲ ଲାଲ ବିଦ୍ୟାଳୟରେ ପିଲାଙ୍କ ର ଶିକ୍ଷା ର ବିକାଶ ଲାଗି ଶିକ୍ଷକ ମାନଙ୍କର ଏହି ଉଦ୍ୟମକୁ ପ୍ରସଂଶା କରି କୋଭିଡ ଯୋଗୁ ପିଲା ଙ୍କ ର ପାଠ ପଢ଼ାର ଆଗ୍ରହ କମି ଯାଇଥିବା ଓ ତାକୁ ବୃଦ୍ଧି କରାଇବା ପାଇଁ ଶିକ୍ଷକ ଙ୍କ ସହ ଅଭିଭାବକ ମାନେ ସହଯୋଗ କରିବା ପାଇଁ ଅନୁରୋଧ କରି ଥିଲେ । ହିଥିଲେ ଏହି କାର୍ଯ୍ୟକ୍ରମ ଯୋଗୁ ବିଦ୍ୟାଳୟ ର ସୌନ୍ଦର୍ଯ୍ୟ ବୃଦ୍ଧି ସଂଗେ ସଂଗେ ପିଲା ଙ୍କୁ ବିଦ୍ୟାଳୟ କୁ ଅଧିକ ସଂଖ୍ୟା ରେ ଆସିବାକୁ ଆଗ୍ରହ ବଢ଼ିବାରେ ସହଯୋଗ କରିବ | ପିଲା ଙ୍କ ପାଇଁ ଏହି କାର୍ଯ୍ୟକ୍ରମ ନୂଆ ହୋଇଥିବାରୁ ପିଲା ମାନେ ବହୁତ ଆଗ୍ରହର ସହ ଏହାକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ବଟକୃଷ୍ଣ ବେହେରା ମଂଚ ପରିଚାଳନା କରିଥିଲା ବେଳେ ଏହି ଅଭିଯାନ କୁ ସଫଳ କରାଇବାରେ କୈବଲ୍ୟ ଶିକ୍ଷା ସଂଗଠନ ର ଅଭିନବ ପାଣ୍ଡେ, ସାରଣୀ ମୈତି, ସୋନି ସିଂ , କୌଶଳ କିଶୋରେ, ସାଇ ଚାନ୍ଦ ପାଣ୍ଡେ , ସୁଧୀର ନାୟକ, ଶାନ୍ତନୁ ମହନ୍ତ, ଅରୁଣେଶ , ଏବଂ ବଦ୍ରି ପ୍ରସାଦ ସାହୁ ଓ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ |
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍