ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିର୍ବାଣ

      ନିର୍ବାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଏ ମର ଶରୀର ହୋଇବ ଅମର ମିଳିବ ପରମ ତୃପ୍ତି,
ଦୁଃଖ ବିଷାଦର ଅବସାନ ପର ହୋଇବ ନିର୍ବାଣ ପ୍ରାପ୍ତି…..(୦)
ଶୂନ୍ୟ ମହାଶୂନ୍ୟ ଏ ଆମ ଜୀବନ
କିଛି ହିଁ ନାହିଁ ଆମର
ଆସିଅଛେ ଖାଲି ଯିବା ଖାଲି ଚାଲି 
କିଛି ନେବାନି ସାଥିର
ଏକ ପରମାତ୍ମା ଜୀବର ଯେ ଆତ୍ମା
ସଙ୍ଗମ ପରମ ଗତି…….(୧)
ସେନେହ ପୀରତି ଯେତେ ଏହି କ୍ଷିତି
ସୂତା ଖିଅ ସମ୍ପର୍କର 
ସବୁ ଛିଡ଼ିଯିବ ନିଃସ୍ଵ କରିଦେବ
ଶେଷରେ ଯିବା ବେଳର
ରାଗ ଅଭିମାନ ମିଛ ସ୍ୱାଭିମାନ
ଜଳାଉଛି ନିତି ନିତି ….(୨)
କି ଧନ ସମ୍ପତ୍ତି କି ଅବା ବିଭୁତି
କିବା ମାନ ସନମାନ
ଧନୀ ଓ ଫକୀର କରି ଏକାକାର
ଜୁଇରେ କରଇ ଲୀନ
କେବଳ କରମ ଆହୁରି ଧରମ 
ସେହି ଏକା ଥିବ କତି…..(୩)

ଫୁଲବାଣୀ, କନ୍ଧମାଳ

Related posts

ବାଲିଘାଟ ନିଲାମ ଘଟଣାକୁ କେନ୍ଦ୍ର କରି ଥାନା ଘେରିଲେ ଗ୍ରାମବାସୀ

ଗରିମା-୨୦୨୨…..ଆସନ୍ତା ୨ ତାରିଖରେ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକ ମୃତ୍ୟୁ ଜଣେ ଗୁରୁତର । ମୃତ ସାମ୍ବାଦିକ ଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!