ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଂଚାୟତରେ ହର୍ ଘର୍ ତ୍ରିରଙ୍ଗା ମହୋତ୍ସବ ଆୟୋଜିତ 

ଟେମରି :-ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତରେ 76ତମ ସ୍ୱାଧୀନତା ଦିବସ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଘର ଘର ବୁଲି ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ଥିବାବେଳେ ଟେମରି ଗ୍ରାମ ପଂଚାୟତରେ ପଂଚାୟତ ପଦାଧିକାରୀ ତଥା ମହିଳା କର୍ମଚାରୀ ମାନଙ୍କୁ ନେଇ ଆଜାଦି ଅମୃତ ମହୋତ୍ସବ ଆୟୋଜିତ ହୋଇଯାଇଛି l ଏଥିରେ ସରପଞ୍ଚ ଶ୍ରୀମତି ଲକ୍ଷ୍ମୀ ସା, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ନାଏକ, ଜିଆରଏସ ସୁରେନ୍ଦ୍ର ପଟେଲ,ପୂର୍ବତନ ସରପଞ୍ଚ ଓ ସମାଜସେବୀ ସୁଧୀର ଭୋଇ,ବିଜେଡି ପ୍ରତିନିଧି ବେଭାରୀ ସା,କାହ୍ନୁ ପଟେଲ,ଚିନ୍ତାମଣି ଭଏଁସାଲ, ଜୟ କୁମାର ସୁନାନୀ,ଜିତୁ ନାଗ, ଉଛବ ସା,ଦିବ୍ୟ ପଧାନ, ଲବଣି ଗୋପାଳ, ମଙ୍ଗଳ ସୁନାନୀ, ଅଙ୍ଗନବାଡି କର୍ମୀ ହସ୍ତୀନି ମଙ୍ଗରାଜ, ଲିପିମଣି ସାହୁ, ଆଶା ହରିପ୍ରିୟା କର,କୁମ୍ଭାରୀ ଅଙ୍ଗନବାଡି କର୍ମୀ ବିଳାସ ଭୋଇ ତଥା ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଓ ମହିଳା ଉପସ୍ଥିତ ଥିଲେ l ଟେମରି ପଂଚାୟତ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ଧରି ଟେମରି ଗ୍ରାମ ପରିକ୍ରମା କରି ଘର ଘର ବୁଲି ଆଜାଦି ବାର୍ତ୍ତା ପ୍ରେରଣା କରିବା ସହିତ ପତାକା ବଣ୍ଟନ କରିଥିଲେ l ଏଥିରେ ସମାଜସେବୀ କୁମୁଦ ସା ଦେଶ ଆଜାଦି ସ୍ଲୁଗାନମାନ ଦେଇଥିବା ବେଳେ ଶ୍ରୀ ଯୁକ୍ତ ନାଏକ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ପଂଚାୟତବାସୀଙ୍କୁ ଆହ୍ୱାନ ଦେଇଥିଲେ l

 ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଶିବିର ଅଦାଲତ ତଥା ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା..କାହା ରିମୋଟ ରେ ତଦନ୍ତକୁ ଦିଗହରା କରାଯାଉଛି କି ?

Sunil Chandra Nayak

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

Leave a Comment

error: Content is protected !!