ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ପ୍ରାଥମିକ କୃଷି ସମବାୟ ସମିତି କମିଟି ଗଠନ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମାନଙ୍କୁ ନେଇ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ମହିଚଲା ସମିତିର ସଭାପତି ବୈଠକରେ ସଭାପତିତ୍ୱ କରିଥିଲେ । ବୈଠକରେ ପ୍ରାଥମିକ କୃଷି ସମବାୟ ସମିତିର ଦୀର୍ଘ ଦିନରୁ ବକେୟା ଥିବା ମଣ୍ଡିରୁ ଧାନ କିଣା ଓ ଶ୍ରମିକ ମଜୁରୀ ବାବଦକୁ ପାଇବାକୁ ବାକି ଥିବା ପ୍ରାପ୍ୟ , ସଠିକ ବିହନ ଓ ସାର ଯୋଗାଇ ଦେବା ,ସମିତି ମାନଙ୍କ ଭିତ୍ତିଭୂମି ସୁଦୃଢ଼ କରିବା ଭଳି ଅନେକ ସମସ୍ୟା ଉପରେ ଓଡିଶା ସମବାୟ ନିବନ୍ଧଙ୍କୁ ଏକ ଦାବିପତ୍ର ଦେବା ଉଦ୍ଧେଶ୍ୟରେ ଦାସିଗାଁ ସମିତିର ସଭାପତି ବିଶ୍ୱନାଥ କର ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଆଲୋଚନା ପରେ ସମିତିର ସାମୁହିକ ଶସସ୍ତିକରଣ ପାଇଁ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇ ଥିଲା । ଏଥିରେ ବରିଷ୍ଠ ସମାଜସେବୀ ତଥା ଦାସିଗା ସମିତିର ସଭାପତି ବିଶ୍ୱନାଥ କରଙ୍କୁ ସଭପତି ଭାବରେ ନିର୍ବାଚିତ କରିଥିଲେ ।ସମ୍ପାଦକ ଭାବରେ ନିକୁଞ୍ଜ ବିହାରୀ ବେହେରା ଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଜୁନାଗଡ଼ ସମିତିର ସଭାପତି ସୁଧାଂଶୁ ବର।ଡ଼ ଙ୍କୁ କୋଷ।ଧକ୍ଷ ଭାବରେ ମନୋନୀତ କରାଯାଇଥିଲା ।ଏଥିରେ ହରି ହର ମେହେର ,ଚିତ୍ତ ରଞ୍ଜନ ପଣ୍ଡା ,ସୁନୀଲ ମେହେର ,ବିକାଶ ରଞ୍ଜନ ନ।ଏକ ,ସଞ୍ଜୟ ତ୍ରିପାଠୀ ,ମହେଶ ପଣ୍ଡା ଏବଂ ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଶେଷରେ ଚାରବାହାଲ ସମିତିର ମହେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ

Sunil Chandra Nayak

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

Sunil Chandra Nayak

Leave a Comment

error: Content is protected !!