ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହା ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶହରା ପର୍ବ

ଚଳିତ ବର୍ଷ ଅକ୍ଟୋବର ମାସ ରବିବାର16ତାରିଖ ଦିନ କୋକସରା ବ୍ଲକ ବଡ଼ପୋଡ଼ା ଗୁଡା ର ତାଳଗାଁ ଠାରେ ମହସମାରୋହ ରେ ପ୍ରଭୂ ବାଆଦୀ ଠାକୁରଙ୍କ ଲାଠି ଯାତ୍ରା ସହ ଦଶହରା ପର୍ବ ପାଳିତ ହେଇଛି। ଏଠାରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ଦସ ହଜାର ରୁ ଅଧିକ ଲୋକଙ୍କ ଭିଡ଼ ଦେଖି ବାକୁ ମିଳିଥିଲା। ଲୋକେ ଆନନ୍ଦ ଉତ୍ସାହ ର ସହିତ ପ୍ରଭୁ ବା ଆଦୀ ଠାକୁରଙ୍କ ଦର୍ଶନ କରି ଆଶିଷ ମାଗି ଥିଲେ। ସନ୍ଧ୍ୟାରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମରେ ମଂଚ ଉଛୁଳି ପଡୁଥିଲା। ବାଆଦି ସାଂସ୍କୃତିକ ମଂଚ କୁ ଉଦଘାଟନ କରିଥିଲେ ଧର୍ମଗତ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀମାନ ମୌଶଧି ବାଗ, ବଡ଼ ପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ  ଯମୁନା ନାଏକ୍, କୋକସରା ବ୍ଲକ ଉପାଧ୍ୟକ୍ଷ  ରାଜୀବ ଅଗ୍ରୱାଲ, ସମିତି ସଭ୍ୟା ଉମା ନାଏକ, ଅନୁଷ୍ଠାନ ର ସଭାପତି ଧର୍ମାନନ୍ଦ ନାଏକ, ସଂପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଧନବଲ୍ ମାଝୀ, ଜଗଦୀଶ ନାଏକ, ଋଷିମନି ପୁଝାରୀ, ଲାଲସିଂ ବାଗ, ଭଜମନ ନାଏକ, ଅମର ନାଏକ ଜୟରାମ ପୁଝାରୀ ଗରୁଡ ଦଳପତି, ଗୋବର୍ଦ୍ଧନ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ ମଂଚ କୁ ପରିଚାଳନା କରି ଥିଲେ ଶରତ କୁମାର ନାୟକ ଏବଂ ଗଜିନ୍ଦ୍ର ନାଗ। ଏଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଦର୍ଶକ ଦର୍ଶିକା ମାନେ ରାତି ସାରା ଉପସ୍ଥିତ ରହି କାର୍ଯ୍ୟକ୍ରମ ସବୁକୁ ମନଭରି ଉପଭୋଗ କରିଥିଲେ ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା, ଭୋଲେଣ୍ଟିଅର୍  ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ ସହଯୋଗ କରିଥିଲେ। ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତି ରହି କାର୍ଯ୍ୟ କ୍ରମ ସବୁକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ଗଜିନ୍ଦ୍ର ନାଗ,ଜୟପାଟଣା ବ୍ଲକ।

Related posts

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

Leave a Comment

error: Content is protected !!