କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, ସରପଞ୍ଚ ଦୀପ୍ତିରାଣୀ ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପିଇଓ, ଜିଆର୍ଏସ୍ ଓ ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଶିବିରରେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା, ମନରେଗା ଯୋଜନାରେ ପ୍ରକୃତ ଶ୍ରମିକଙ୍କୁ କାମ ଯୋଗାଇ ଦେବା, ଯୋଗାଯୋଗ ପାଇଁ ବିଭିନ୍ନ ରାସ୍ତା ଘାଟ ଉନ୍ନତିକରଣ ଭଳି ଅନେକ ଅଭିଯୋଗ ଆସିଥିଲା l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା