ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସକାଳ ବନ୍ଦନା

ସକାଳ ବନ୍ଦନା

 

କାଳିଆରେ,

ଆଣିଛି ଆଜି ତୋ ପାଇଁ ମୁଁ

କେବଳ ତୁଳସୀ ଚନ୍ଦନ

ତୋ ପାଖେ କରି ସମର୍ପଣ 

ଦେଖିବି ତୋ କଳା ବଦନ ।

 

ତୋତେ ଥରଟେ ଦେଖିଦେଲେ

ମନ ଭକ୍ତିରେ ପୁରିଯାଏ

ତୋ ନାମକୁ ମୁଁ ଭଜି ଭଜି

ଦିନଟି ମୋର ସରିଯାଏ ।

 

ତୋ ଶ୍ରୀମନ୍ଦିର ଚତୁଃପାର୍ଶେ

ଥରଟିଏ ଆସିଲେ ବୁଲି

କୋଟି କୋଟି ଜନ୍ମର ପୁଣ୍ୟ

ଏଇ ଜନ୍ମରେ ମୁଁ ପାଇଲି ।

 

ପ୍ରାର୍ଥନା କରୁଛି ମୁଁ ତୋତେ

ଆଶିଷ ଟିକେ ଦେ ତୁ ମୋତେ

ଏହି ଜୀବନ ଯାତ୍ରାରେ ମୁଁ 

ପାଇବି ସଫଳତା ଯେତେ ।।

 

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

କୃଷି ଭିତ୍ତିକ ପର୍ବ ମା ଠାକୁରାଣୀ ଡୋକରି ବୁଡ଼ି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!