ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଚଳଚ୍ଚିତ୍ର ଭୋକ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ବର, ୦୭/୦୬: କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଏକ ପୁରସ୍କାର ଲାଭ କରିଛି । ଗତ ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।

ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲକ୍ ଡାଉନ୍ ସମୟରେ ଏକ ଦମ୍ପତି ସାମ୍ନା କରିଥିବା ଦୁଃଖଦ ସ୍ଥିତି ଓ ସଂଘର୍ଷ ଉପରେ ଆଧାରିତ । ସୁରତରେ ରହୁଥିବା ଗୋଟିଏ ପରିବାର ଲକ୍ ଡାଉନ୍ ସମୟରେ କିଭଳି ଓଡ଼ିଶା ଫେରୁଛନ୍ତି ଏବଂ ରାସ୍ତାରେ କେଉଁସବୁ ସମସ୍ୟାର ସାମ୍ନା କରିଛନ୍ତି, ତାର ସଜଳ ଚିତ୍ରରୂପ ହେଉଛି ଏହି ଚଳଚ୍ଚିତ୍ର । ବିଶେଷକରି ଜଣେ ମହିଳାଙ୍କ ଭିଟାମାଟି ଫେରିବାର ଦୁଃଖ କାହାଣୀକୁ ଏଠାରେ ପ୍ରଦର୍ଶନ କରାଯାଇଛି ।

କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ ପ୍ରଭାବିତ କରିଥିବାବେଳେ ଏହାର ଭୟାବହତା ଓ ଏହାର ପ୍ରଭାବକୁ ସାମ୍ନାକୁ ଆଣିବାର ଏକ ପ୍ରୟାସ ହେଉଛି ‘ଭୋକ’ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଅନେକଙ୍କ ଜୀବିକା ଚାଲିଯାଇଥିଲାଏବଂ ଆହୁରି ଅନେକ ଏହି ଭାଇରସ୍ ସଂକ୍ରମିତ ହୋଇ ପ୍ରାଣ ହରାଇଲେ । ଏଭଳି ସ୍ଥିତିର ଚିତ୍ରଣ କରିଛି ଜ୍ୟୋତି ପ୍ରଡକ୍ସନ୍-ର ଏହି ଚଳଚ୍ଚିତ୍ର ।

‘ଭୋକ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ, ଏବଂ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ । ସଂପାଦନା କରିଛନ୍ତି ମାନସ ସାହୁ ଓ କ୍ୟାମେରା ପରିଚାଳନା କରିଛନ୍ତି ବିଶ୍ବଜିତ କୁଲାଡ ।ସେହିପରି ମୁଖ୍ୟ ଭୂମିକାରେ ଅଭିନେତା ଅଙ୍କିତ କୁମାର, କାବ୍ୟ କିରଣ ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଚିରଞ୍ଜିବୀ, ଦୀପା, ପ୍ରତୀମ୍ ଓ ଅନ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ‘ଭୋକ’ ନିର୍ମାଣ କରିଥିବାବେଳେ ଏଥିରେ ସଂଗୀତ ଦେଇଛନ୍ତି ବିକାଶ ଦାସ ।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ଗିଗିନା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୂଧାମୟୀ କୁମାରଙ୍କ ପ୍ରଥମ ପଦକ୍ଷେପ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ ତମ ବାର୍ଷିକୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!