ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜ ସଞ୍ଜିବ କୁମାର ଦୁବେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ପରିଦର୍ଶନ ରେ ଆସି ଚନ୍ଦାହାଣ୍ଡି କୋର୍ଟ ପରିସର ଠାରେ ନୂତନ ଭାବେ ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ କୋଠା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇ ଥିବା ସ୍ଥାନ ପରିଦର୍ଶନ କରିଥିଲେ । ସାନଧୁରୁଆପଡା ମୌଜ଼ା ରେ ନୂତନ କୋର୍ଟ ବିଲଡିଙ୍ଗ ଜାଗା ପ୍ରଦାନ କରାଯିବାକୁ ଜିଲ୍ଲା ଜଜ୍ କହିଥିଲେ । ସିନାପାଲି ଏବଂ ବୋରିଗୁଡା ଠାରେ ନୂତନ କୋର୍ଟ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିବା ସ୍ଥାନ ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରୁ ୩ କିମି ଦୂରତା ହେବା ସହ ଉକ୍ତ ସ୍ଥାନ ରେ ବିରାଟ ନାଳ ଥିବା ରୁ ଅସନ୍ତୋଷ ପ୍ରକାଶ କରିବା ସହ ସାନଧୁରୁଆପଡା ମୌଜ଼ା ରେ ସ୍ଥାନ ଚିହ୍ନଟ କରିବା ନିମନ୍ତେ ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ନିଳାମ୍ବର ପୁଜାରୀ ଙ୍କୁ କହିଥିଲେ । ଏହାପରେ ଚନ୍ଦାହାଣ୍ଡି ଜେଏମଏଫସି କୋର୍ଟ ପରିଦର୍ଶନ କରିବା ସହ ନଥିପତ୍ର ଯାଞ୍ଚ କରିଥିଲେ । କୋର୍ଟ ର ବିଭିନ୍ନ ସମସ୍ୟା ନେଇ ଜେଏମଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ ଜିଲ୍ଲା ଜଜ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଆଇନଜୀବୀ ସାନଧୁରୁଆପଡା ମୌଜ଼ା ରେ ନୂତନ କୋର୍ଟ କରିବାକୁ ଜିଲ୍ଲା ଜଜ୍ ଙ୍କୁ ଅନୁରୋଧ କରିଥିଲେ।ଜିଲ୍ଲା ଜଜ ଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଚନ୍ଦାହାଣ୍ଡି ଜେଏମ୍ଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅନନ୍ତ ସିହ୍ନା, ଆଇନଜୀବୀ ସରୋଜ ଅଗସ୍ତି, ମହମ୍ମଦ ହୁସେନ, ଜୟଦେବ ଖମାରୀ, କ୍ଷେମରାଜ ବାଘ,ହୁମେଶ୍ବର ହଂସ, କୋର୍ଟ କର୍ମଚାରୀ କେଦାର ଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ବର ପୁଜାରୀ,ଆଶିଷ ସାହୁ, ସିଏସ ଆଇ ରେଣୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ବ୍ରିଜ ଭୁଶୁଡ଼ିବାରୁ ଖସି ପଡ଼ିଲା ଦୁଇ ଚଳନ୍ତା କାର୍: ଦୁର୍ଘଟଣାରେ ୭ ଜଣ ଆହତ..

Sunil Chandra Nayak

ଜାମଦା ପଞ୍ଚାୟତ ସମିତିର ୪ ର୍ଥ ତମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!