ଫୁଲବାଣୀ -: ଫୁଲବାଣୀ ପୌର ନିର୍ବାଚନ ନିମନ୍ତେ ଜୋରଦାର ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ରେ ଫୁଲବାଣୀ ସହର ଫାଟି ପଢୁଛି। କଂଗ୍ରେସ ବିଜେଡି ବିଜେପି ତିନି ଟାଣୁଆ ଦଳ ନିଜର ଦଳୀୟ ଅଧ୍ୟକ୍ଷା ପ୍ରାର୍ଥୀନୀ ଓ ସମସ୍ତ ୱାର୍ଡ କାଉନ୍ସିଲର ପ୍ରାର୍ଥୀ ପ୍ରାର୍ଥୀନୀ କୁ ଜିତାଇବା ପାଇଁ ଦଳ ର ହେଭି ୱେଟ ନେତାମାନେ ପ୍ରଚାର ଚଳାଇଛନ୍ତି । ଭୋଟର ମାନଙ୍କୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ବିଜୁଜନତା ଦଳ ପକ୍ଷରୁ ଫୁଲବାଣୀ ପୋୖର ଅଧ୍ୟକ୍ଷା ଭାବେ ପ୍ରାର୍ଥୀନୀ ହୋଇଥିବା ପୁନମ କଁହର ଙ୍କ ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ରାଜ୍ୟ ପାଞ୍ଚାୟତ ରାଜ ଓ ନଗର ଉନ୍ନୟନ ଏବଂ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷା ଓ କାଉନ୍ସିଲର ମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କନ୍ଧମାଳ ମାଟିର ଲଢୁଆ ପୁଅ ସମସ୍ତ ଙ୍କର ଆପଣାର ଅତି ପ୍ରିୟ ନେତା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ର ଲୋକ ମାନଙ୍କୁ ଦଳୀୟ ଟିକେଟ ମିଳିନାହିଁ । ସାଂସଦ ଅଚ୍ୟୁତ ସାମନ୍ତଙ୍କର ନିଷ୍ପତ୍ତି ଅନୁସାରେ ତାଙ୍କ ଲୋକ ମାନଙ୍କୁ ଟିକେଟ ମିଳିଛି ସେହି କାରଣ ଯୋଗୁଁ ମନ୍ତ୍ରୀ ଶ୍ରୀ ବେହେରା ପୋୖର ନିର୍ବାଚନ ପ୍ରଚାର କୁ ଆସିବେ ନାହିଁ ।
ମନ୍ତ୍ରୀ ଙ୍କର ଅନୁପସ୍ଥିତ ଯୋଗୁଁ ଦଳୀୟ ବିଦ୍ରୋହ ଦେଖାଦେଇଛି । ଦଳ ପକ୍ଷରୁ ଯେଉଁ ବ୍ୟକ୍ତି ମାନେ ଟିକେଟ ପାଇଲେ ନାହିଁ ସେହି ଅସନ୍ତୁଷ୍ଟ ମାନେ ଦଳୀୟ ବିଦ୍ରୋହୀ ହୋଇ ଅନ୍ୟ ରାଜନୈତିକ ଦଳକୁ ସମର୍ଥନ କରୁଥିବା ଗୁଜବ ଉଠିଥିଲା। ଆଜି ରାଜ୍ୟ ବଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଫୁଲବାଣୀ ଆସି ପୋୖର ନିର୍ବାଚନ ରେ ବିଜୁଜନତା ଦଳ ପୋୖର ଅଧ୍ୟକ୍ଷା ପ୍ରାର୍ଥୀନୀ ଓ କାଉନ୍ସିଲ ର ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇ ଦଳୀୟ ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କ ନିମନ୍ତେ ପ୍ରଚାର କରିଥିଲେ। ଫୁଲବାଣୀ ସାହି ,କେନ୍ଦୁପଦର, ନଦିଖଣ୍ଡି ସାହି, ପିଅନପଡା, ପେଞ୍ଜି ସାହି , ରେ ଦଳୀୟ କାଉନ୍ସିଲ ର ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କ ନିମନ୍ତେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ। ହାଟପଦା ନାରାୟଣୀ ଯାତ୍ରା ପଡ଼ିଆ ଠାରେ ବିଜୁଜନତା ଦଳ ପକ୍ଷରୁ ଆୟୋଜିତ ନିର୍ବାଚନ ସଭାରେ ଯୋଗ ଦେଇ ଚାଷୀ ହୁଡ଼ିଲେ ବରଷେ ଭୋଟର ହୁଡ଼ିଲେ ପାଞ୍ଚ ବରଷ ତେଣୁ ଅନ୍ୟ କେଉଁ ଦଳ ପ୍ରାର୍ଥୀନୀ କୁ ଭୋଟ ନଦେଇ ପୋୖର ଅଧ୍ୟକ୍ଷା ପ୍ରାର୍ଥୀନୀ ପୁନମ କଁହର ଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ ଏବଂ ଭୋଟ ଭିକ୍ଷା ମଧ୍ୟ ନିର୍ବାଚନୀ ସଭାରେ କରିଥିବା ଦେଖିବା କୁ ମିଳିଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ,ପୂର୍ବତନ କାଉନ୍ସିଲର ତଥା ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଦୀପ ମୁନୀ,କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ବର୍ତ୍ତମାନ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ପୁନମ କଁହର , ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୮ ନଂ ୱାର୍ଡ କାଉନ୍ସିଲ ର ରାଜେନ୍ଦ୍ର ପାଢ଼ୀ,୧୧ ୱାର୍ଡ କାଉନ୍ସିଲ ର ଦାରୁଣ ବେହେରା , ୬ ନଂ ୱାର୍ଡ ପ୍ରାର୍ଥୀନୀ ଲଳିତା ମୁନୀ, ୭ ନଂ ୱାର୍ଡ ପ୍ରାର୍ଥୀନୀ ଟୁନି ସେଠୀ ଙ୍କ ନିମନ୍ତେ ମନ୍ତ୍ରୀ ସାଂସଦ ବିଧାୟକ ଭୋଟ ଭିକ୍ଷା କରିଥିଲେ। ପରିବହନ ମନ୍ତ୍ରୀ ଙ୍କର ଫୁଲବାଣୀ ଗସ୍ତ ବିଜୁଜନତା ଦଳ ଅଧ୍ୟକ୍ଷା ପ୍ରାର୍ଥୀନୀ ଙ୍କ ନିମନ୍ତେ ଭୋଟ ଭିକ୍ଷା କରି ସେହି ବିଦ୍ରୋହ ଗୁଜବ ର ଅନ୍ତ ଘଟିଛି, ବିଜୁ ଜନତା ଦଳ ସମର୍ଥିତ ଫୁଲବାଣୀ ପୋୖର ଅଧ୍ୟକ୍ଷା ପ୍ରାର୍ଥୀନୀ ଏବଂ ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ଶତ ପ୍ରତିଶତ ଜିତିବେ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ତା ୨୪/୩/୨୦୨୨ ରିଖ ଦିନ ଯେଉଁ ଭୋଟ ଗ୍ରହଣ ହେବ ଓ ପୋୖର ନିର୍ବାଚନ ଫଳାଫଳ ପରେ ଉପୁଜିଥିବା ସମସ୍ୟା ର ସମାଧାନ ହୋଇଥିବା ଜଣାପଡିଵ ବୋଲି ଫୁଲବାଣୀ ରାଜନୈତିକ ସମୀକ୍ଷକ ମାନଙ୍କ ଆଲୋଚନା ରୁ ଜଣାପଡ଼ିଛି। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ରିପୋର୍ଟ ।