ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ ରେ ତିନି ପ୍ରମୁଖ ଦଳ ପ୍ରଚାର ଯୋର୍ ଧରିଲା

ଜୁନାଗଡ଼,୨୦/୩(ନି.ପ୍ର) ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କୁ ଜୋରଦାର୍ କରିଛନ୍ତି l ପୌର ନିର୍ବାଚନ ପାଇଁ ଜୁନାଗଡ ର ଅଧକ୍ଷ ପଦ ପାଇଁ ତିନି ପ୍ରମୂଖ ଦଳ ଏବ୍ଂ ଏହି ଦଳ ମାନଙ୍କ ପକ୍ଷରୁ ୱାର୍ଡ ପାର୍ଥି ପ୍ରଚ।ର କୁ ଜୋରଦାର୍ କରିଛନ୍ତି l ବିଜେଡି ର ମହେଶ୍ ସାହୁ ଙ୍କ ପାଇଁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରଚାର ମଙ୍ଗ ଧରିଛନ୍ତି l ନିଜ ଦଳ ପ୍ରାର୍ଥୀ ମାନଙ୍କ ପାଇଁ ହଜ।ର ହଜାର ମହିଳା ମାନଙ୍କ ସମର୍ଥନ ଲୋଡି ଛନ୍ତି l ଏଥି ନେଇ ସ୍ତାନୀୟ ବସ ଷ୍ଟାଣ୍ଡ, ବଜାର୍ ପଡା,, କନକ ଦୂର୍ଗା ନିକଟ ରେ ମହିଳା ମାନଙ୍କୁ ନେଇ ବିଶାଲ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ସେହିପରି ବିଜେପି ଅଧ୍ୟକ୍ଷ ପାର୍ଥି ମୁକେଶ୍ ଅଗ୍ରୱାଲ ଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର୍ ପ୍ରଚାର ମଙ୍ଗ ଧରିଛନ୍ତି ଏବ୍ଂ ପାର୍ଥି ଶ୍ରୀ ଅଗ୍ରୱାଲ ନିଜ ବ୍ୟକ୍ତି ଗତ ସମ୍ପର୍କ କୁ ଆୟୁଧ କରି ନିଜ ସମର୍ଥକ ଙ୍କ ସହିତ ବିଭିନ୍ ୱାର୍ଡ ରେ ଥିବା ଘର ଘର ବୁଲି ପ୍ରଚାର କରୁଛନ୍ତି l କଂଗ୍ରେସ ପକ୍ଷ୍ୟରୁ ମଧ୍ୟ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ନିଜ ସମର୍ଥକ ଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି l ତାଙ୍କ ପାଇଁ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ତାଙ୍କ ପାଇଁ ନିର୍ବାଚନ ପ୍ରଚlର କରି ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ନିର୍ବାଚନୀ ସଭାରେ ଶାସକ ବିଜେଡି ଓ ବିଜେପି କୁ କଟୁ ସମାଲୋଚନା କରିଛନ୍ତି l ଏବ୍ଂ ନିର୍ମଲ ଭାବ ମୂର୍ତ୍ତୀ ସମ୍ପନ୍ନ ପାର୍ଥି ଙ୍କୁ ଭୋଟ ଦେବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଥିଲେ l ଯାହା ଫଳ ରେ ପୌର ନିର୍ବାଚନ ପାଇଁ ଏହି ପ୍ରମୁଖ ତିନି ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସୂତି କରି ଲୋକଙ୍କ ନିକଟ ତର ହେବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି l ନରେନ୍ଦ୍ର  ଖିତି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

ଭ୍ରମର ବାଗ ଙ୍କ କବିତା ଯନ୍ତ୍ରଣା… ନିରପେକ୍ଷ ବାଦୀର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!