ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ ,୩ ଅଭିଯୁକ୍ତ କୋର୍ଟ ଚାଲାଣ

ଜୁନାଗଡ଼,୨୦/୩(ନି.ପ୍ର) କଲାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ମୋଟର ସାଇକେଲ ଚୋରି କରୁଥିବା ରାକେଟ ର ପର୍ଦାଫାସ କରିଛି ଜୁନାଗଡ଼ ପୋଲିସ ଏବଂ ଏହି ଘଟଣାରେ ଜଡ଼ିତ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।ପ୍ରକାଶ ଯେ ଗତ ୧୭ ତାରିଖ ଦିନ ଗୋଲାମୁଣ୍ଡା ଚିଚିଆ ଗ୍ରାମର ମାନସ ରଞ୍ଜନ ସରାଫ(୨୫) ନାମକ ବ୍ୟକ୍ତି ରାତି ରେ ଜୁନାଗଡ଼ ବସଷ୍ଟାଣ୍ଡ ବୁଲୁଥିବା ସମୟରେ ତାଙ୍କ ଗତିବିଧିକୁ ସନ୍ଦେହକରି ପୋଲିସ ଥାନାକୁ ଆଣି ପଚରା ଉଚୁରା କରିଥିଲା।ଏହାପରେ ସେ ମୋଟର ସାଇକେଲ ଚୋରି ରାକେଟ ସହ ଜଡିତ ଥିବା ଦୋଷ ସ୍ୱୀକାର କରିଥିଲା। ଏଥିରେ ତାଙ୍କ ସହ ଆଉ ୨ ସହଯୋଗୀ ରହିଥିବା କହିଥିଲା । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଏକ ଟିମ ବିଭିନ୍ନ ଅଞ୍ଚଳ ଛାନଭିନ କରି ୨ ଅଭିଯୁକ୍ତ କୋକସରା ଥାନା ଚାରବାହଲ ଗ୍ରାମର ରଜନୀ ଗହୀର(୩୨) ଓ ଗୋଲାମୁଣ୍ଡା ବୈଜଳପୁର ଗ୍ରାମର ଦେବେନ୍ଦ୍ର ସାହୁ(୩୨)ଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ କିଣିଥିବା ଲୋକଙ୍କ ଠାରୁ ୬ ଗୋଟି ମୋଟର ସାଇକେଲ ଉଦ୍ଧାର କରିଥିଲା।ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ମାନ୍ୟବର ସ୍ଥାନୀୟ କୋର୍ଟ ସେମାଙ୍କ ଜାମିନ ନାମଞ୍ଜୁର କରିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

ମମତା ସାହୁ ଙ୍କ କବିତା ତୁମେ ଯେବେ ମନେ ପଡ଼

Sunil Chandra Nayak

ନିର୍ଦ୍ଵନ୍ଦରେ କୁନି ସାହୁ ହେଲେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!