ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଗାଲିଫ୍ଟ ପାଇପ ଲାଇନ କାମରେ ଆସୁନଥିବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

କୋକସରା,୮/୯-( ମ ନି ସ ) ଇନ୍ଦ୍ରାବତୀ ମେଗାଲିଫ୍ଟ ପାଇପ ଲାଇନ ପାଣି ଯୋଗାଣ କାମରେ ଆସୁନଥିବା ଅଭିଯୋଗ କରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଶୀବାହାଲ , ଡହଗାଁ ଓ ଡ଼ଙ୍ଗରୀଗୁଡା ଗ୍ରାମର ଅନେକ ଚାଷୀ ଗୁରୁବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ଠାରେ ଧାରଣାରେ ବସିଥିଲେ । ସୂଚନା ଅନୁସାରେ, ମେଗାଲିଫ୍ଟ କେନାଲ କାର୍ଯ୍ୟକାରୀ ହୋଇ ପ୍ରାୟ ୨ବର୍ଷ ହୋଇ ଥିବାବେଳେ ଆରମ୍ଭରୁ ହିଁ ଜଳଯୋଗାଣ ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି ।ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଭୂତଳ ପଏଣ୍ଟରେ ପାଣି ଆସୁନାହିଁ । ଫଳରେ ଚାଷୀ କେନାଲ ପାଣି ଚାଷଜମିକୁ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମେଗାଲିଫ୍ଟ କେନାଲ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କୋକସରା ବ୍ଲକରେ ଏକ ଚାଷୀ ସଚେତନତା କର୍ମଶାଳା କରି ଚାଷୀଙ୍କ ସମସ୍ତ ଅଭିଯୋଗକୁ ସମାଧାନ କରିବା ପାଇଁ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମେତ କୁସୁମଖୁଣ୍ଟି ନିର୍ବାହି ଯନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ବ୍ଲକରେ ୧୧ ହଜାର ହେକ୍ଟର ଜମି ପାଇଁ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଚାଷଜମି ଜଳସେଚନରୁ ବାଦ ପଡିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଏହି ଧାରଣାରେ କାଶୀବାହାଲ ଗ୍ରାମର ଚାଷୀ କିଶୋର ଚନ୍ଦ୍ର ନାଏକ, ଦେବେନ୍ଦ୍ର ଚଣ୍ଡି, ଚୈତନ୍ୟ ନାଏକ, ସନ୍ତୋଷ ଚଣ୍ଡି, ଏକାରାମ ଗହୀର, ଯୁଗେ ନାଗ, ଦେବେନ୍ଦ୍ର ଭଇଁସାଲ, ରାହାସ ନାଏକ, ଗୋବର୍ଦ୍ଧନ ମାଝୀ, ବୈଦ୍ୟନାଥ ରୋତି, ବଳ ଚଣ୍ଡି, ଭାଗୀ ଚଣ୍ଡି, ସୁଧାଂଶୁ ନାଏକ, ଅମର ମାଝୀ ଓ ଡହଗାଁ ଗ୍ରାମର ଚାଷୀ ଭିଙ୍ଗରାଜ ନାଗ, ବିପିନ ବିହାରୀ ନାଗ, ଚିତରୁ ନାଗ, ଜଗମୋହନ ଧଙ୍ଗଡ଼ାମାଝି, ଜିତେନ୍ଦ୍ର କେତକୀ ଉମାକାନ୍ତ ପୂଝାରୀ ପ୍ରମୁଖ ଚାଷୀ ଧାରଣା ଦେଇଥିଲେ | ଏନେଇ ଏସଡ଼ିଓ ଅରୁଣ କୁମାର ପ୍ରଧାନ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ବୁଝା ସୁଝା କରି ଆସନ୍ତା କାଲି ମରାମତି ହେବ ବୋଲି ପ୍ରତିଶୃତି ଦେବାରୁ ଚାଷୀ ମାନେ ଧାରଣାରୁ ଉଠିଥିଲେ ।

Related posts

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା ସହଭାଗିତା

Sunil Chandra Nayak

Leave a Comment

error: Content is protected !!