ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

ଥୁଆମୂଳ ରାମପୁର:୨୯/୮- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ନାକରୁଣ୍ତି ଗ୍ରାମପଞ୍ଚାୟତ ଠାରେ ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଥୁଆମୂଳ ରାମପୁର ଭାରପ୍ରାପ୍ତ ବିଡିଓ ଶ୍ରୀ ଭରତ କୁମାର ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ସରକାରୀ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ୫୬ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ସମସ୍ତ ଅଭିଯୋଗ ଉପରେ ବିଚାର କରି ଫଇସଲା କରିବା ନେଇ ଶ୍ରୀ ମେହେର ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଶିବିରରେ ବ୍ଳକ ଅଧ୍ଯକ୍ଷ, ତହସିଲଦାର, ପ୍ରାଣୀ ଚିକିତ୍ସା ଅଧିକାରୀ, ବ୍ଳକ ଶିକ୍ଷାଧିକାରୀ, ସମ୍ମନ୍ବିତ ଶିଶୁ ବିକାଶ ଅଧିକାରୀ, ପୁଲିସ ବିଭାଗ, ସମେତ୍ ଅନ୍ଯାନ୍ଯ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

Sunil Chandra Nayak

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

Sunil Chandra Nayak

ପାୱାର କଟ୍ ସମସ୍ୟାକୁ ନେଇ ବିଦ୍ଯୁତ୍ ଜେଇଙ୍କୁ ଘେରିଲେ ଉପଭୋକ୍ତା

Leave a Comment

error: Content is protected !!