ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

ଧର୍ମଗଡ:୧୫/୧୧/୨୨:  ଧର୍ମଗଡ ବ୍ଲକ ବଡଫୁର୍ଲା ଗ୍ରାମ ସ୍ଥିତ ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, କଣ୍ଠସଙ୍ଗୀତ, ବକ୍ତୃତା ଓ ସୋଲୋଡେନ୍ସ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାର ବିତରଣୀ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜଗଦୀଶ ଶବର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ସାଂସଦ ଙ୍କ ଶିକ୍ଷା ବିଭାଗର ଜିଲ୍ଲା ପ୍ରତିନିଧି ଜଗବନ୍ଧୁ ମିଶ୍ର,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ଓ ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ଟଙ୍କଧର ଶବର , ଲାଲ୍ ବାହାଦୁର ଶବର, ପୂର୍ବତନ ସରପଞ୍ଚ ପୁଷ୍ପଧ୍ବଜ ପାଲ୍, ରୁକୁରାମ ଶବର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ପାତ୍ର ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସଂସ୍କୃତ ଶିକ୍ଷକ ଶେଷଦେବ ଯୋଷୀ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଯୋଗିତା ଆୟୋଜନ ରେ ଯୁଧିଷ୍ଠିର ରାଉତ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହ ଯୋଗ କରି ଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

Sunil Chandra Nayak

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

Leave a Comment

error: Content is protected !!