ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

ଭିଟାମାଟି

 

ବେଣୁଧର ସୂତାର

 

ସାତ ପୁରୁଷର ଭିଟାମାଟି ମୋର

ଜୀବନର ତୀର୍ଥଭୂମି

ତା ସ୍ନେହ ମମତା ଭାବ ନିବିଡତା

ବୟସକୁ ଯାଏ ଚୁମି             

ଅସରା ପ୍ରୀତିର ଝର

ଅନୁରାଗ ଭରା ଅନୁକମ୍ପା ଯାର

ମୋ ଜୀବନ ଇସ୍ତାହାର ।।

ତାର ଅନୁଦାନ ଭିନ୍ନ ସମ୍ମୋହନ

ଦିବ୍ୟ ଶାନ୍ତି ମଧୁମୟ

ମମତା ମୋହର ପ୍ରୀତିଫଲ୍ଗୁ ଧାର

ଜୀବନର ବରାଭୟ     

ଶିହରିତ ମୁଗ୍ଧ ମନ

ମୋମାଟି ମୋପାଇଁ ଅମୃତ ଭୂବନ

ସପନ ନନ୍ଦନ ବନ ।।

ଷଠି କଉଡିରୁ ଜୀବନ ଆରମ୍ଭ

ଶୈଶବର ମିଠା ସ୍ମୃତି

ଯୌବନ ମାଦକ ମଦିରା ମହଲେ

ସପନର ଚୋରାପ୍ରୀତି

ମୋ ଭିଟା ମାଟିର ମୋହ

ଅମାପ ପ୍ରେମର ସ୍ନେହ ମମତାର

ପରିପୂର୍ଣ୍ଣ ସମାରୋହ ।।

ଅଭୂଲା ସେ ସ୍ମୃତି ପ୍ରିୟଜନ ପ୍ରୀତି

କେତେ ମାନ ଅଭିମାନ

ଜଗାଏ ବୁକୁରେ ମୁଗ୍ଧ ଶିହରଣ

ଅସରନ୍ତି ଆଲୋଡନ

ସୁଖର ମଧୁର କ୍ଷଣ

ଲୁଟିନେଲାଅବା ରୂପରୁ ବୟସ

ସନ୍ତାପିତ ହୁଏପ୍ରାଣ

ରହି ପ୍ରବାସରେ ସହରି ମାୟରେ

ଭୁଲିଗଲି ସ୍ବାଭିମାନ

ନୀଳତୃଷ୍ଣାତୀରେଖୋଜୁଛିଆତୁରେ

ସମୟର ପାଦ ଚିହ୍ନ

ନିରୁପାୟ ଅନ୍ତରାଳେ

ଜୀବନ ବେଦୀରେ ମାପୁଛିଆୟୁଷ

ପ୍ରତୀକ୍ଷାର ବେଦୀତଳେ ।।            

ବିଧୁରିତ ଏଇ ବିଦଗ୍ଧ ହୃଦୟେ

ଦୁଃଖ ଦହନର ତାତି

ଶୟନ ସ୍ବପନେ ଜାଗିଉଠେ ମନେ

ମୋ ଭିଟାମାଟିର ସ୍ମୃତି

ଜୀବନ ଅଚିରସ୍ଥାୟୀ

ନୀଳଶୂନ୍ୟତାରେ ଉପହାସକରେ

ମରଣର ମିଠା ଛାଇ ।।

 

କେଶଦୁରାପାଳ କେନ୍ଦୁଝର

 

Related posts

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!