ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାନମହେଶ୍ୱର ପଂଚାୟତ ରେ ଜନ ଶୁଣାଣି

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ଠାରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ |ଲୋକେ ଆଉ ପ୍ରଶାସନ ପାଖକୁ ଯିବେ ନାହିଁ, ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିବ।ଏମିତି ଏକ ନିଆରା ପଦକ୍ଷେପ ନେଇଛି ନୂଆପଡା ଜିଲ୍ଲା ପ୍ରଶାସନ।ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଲା ପରେ ହେମନ୍ତ ସାଏ ଗାଁ ରେ ପ୍ରଶାସନ ନାମରେ ଏକ ନୁଆଁ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ କରିଛନ୍ତି।ପୂର୍ବରୁ ପ୍ରତିମାସରେ ଗୋଟିଏ ଦିନ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଥିବା ବେଳେ ଅଧିକାଂଶ ଲୋକ ଶିବିରକୁ ଆସି ପାରୁ ନଥିଲେ।ତେଣୁ ଜିଲ୍ଲା ପ୍ରଶାସନ ଏହି ନୂତନ କାର୍ଯ୍ୟକ୍ରମର ଚିନ୍ତା କରିଛି।ଏହା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ରୋଟେସନ ଭିତ୍ତିରେ ଆୟୋଜନ ହେବ, ଯହିଁରେ ଜିଲ୍ଲା ଓ ବ୍ଳକ ପ୍ରଶାସନର ଉଚ୍ଚ ପଦାଧିକାରୀ ସମେତ ବିଭାଗୀୟ କର୍ମକର୍ତ୍ତା ମାନେ ଯୋଗ ଦେବେ ଓ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବେ।ଏହି କ୍ରମରେ ଆଜି ଖଡ଼ିଆଳ ବ୍ଲକର ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ “ଗାଁ ରେ ପ୍ରଶାସନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁ ଯୋଗଦେଇ ଲୋକଙ୍କ ସମସ୍ୟା ବୁଝିଥିଲେ।ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି,ସ୍ଥାନୀୟ ସରପଞ୍ଚ ଆହ୍ଲାଦିନୀ ବେହେରା ଓ ବିଭିନ୍ନ ବିଭାଗର କର୍ମକର୍ତ୍ତା ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। 34 ଜଣ ବ୍ୟକ୍ତି ନିଜ ନିଜ ସମସ୍ୟା ଉପରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।ଵିଶେଷ କରି ସାମାଜିକ ମଙ୍ଗଳ ଯୋଜନା, ରାସନ କାର୍ଡ ସମସ୍ୟା ଉପରେ ଲୋକେ ଅଭିଯୋଗ କରିଥିଲେ।ଲୋକଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରାଯିବ ଓ ନିୟମାନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖଡ଼ିଆଳ ବିଡିଓ କହିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚିଚିଆ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

ରାଉରକେଲା ର ସ୍ବପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭା ର ପ୍ରଥମ ରନର୍ସଅପ ଟାଇଟଲ

Sunil Chandra Nayak

କେସିଙ୍ଗା ଓ ଏଭିକୁ ପକ୍କା ରାସ୍ତା ନିର୍ମାଣ କେବେ? କାଦୁଅ ପଚପଚ୍ ରାସ୍ତାରେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ, ଚେଇଁ ଶୋଇଛି ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!