ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

      ସପନ

ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି
ଭଲ ପାଇବାରେ କି ଭୁଲ୍ ରହିଲା
କରିଦେଲ ମୋତେ ଦୋଷୀ
ଦେଖିଥିଲି ମନେ……………….୧ 
ସାଥି ହୋଇ ଦିନେ ବାଟ ଚାଲୁଥିଲେ
କାହିଁ ହେଲ ବାଟ ବଣା
ମନର ଭିତରେ କାହିଁ ପାଇଁ ଏତେ
ରଖିଥିଲ ଏତେ ଘୃଣା
ପ୍ରେମ ତ ମୋହର ଅପବିତ୍ର ହେଲା
ଜୀବନ ଯାଉଛି ଭାସି
ଦେଖିଥିଲି ମନେ……………….୨ 
ତୁମେ କି ବୁଝିବ ପ୍ରେମର କଳଙ୍କ
ଲାଗିଲା ମଥାରେ ମୋର
ସବୁ ସପନକୁ ଭାଙ୍ଗି ଦେଇ ତୁମେ
ସୁଖରେ ରୁହ ଏଥର
ଭଲ ମୁଁ ପାଉଛି ଭୁଲିବିନି କେବେ
ତୁମେ ମୋ ପ୍ରେମର ସାକ୍ଷୀ
ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ପାରମ୍ପାରିକ ଗଣ ପର୍ବ  ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀ ପୂର୍ଣିମା

Sunil Chandra Nayak

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!