ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

ରାଉରକେଲା/ ସେକ୍ଟର-୨ ସରକାରୀ ବସ୍ ଷ୍ଟାଣ୍ଡ ନିକଟରେ ସମାଜସେବୀ ସ୍ଵର୍ଗତ ମନୋଜ ପ୍ରଧାନ (ପେଚି ଭାଇ)ଙ୍କ ଉଦ୍ଦେଶ୍ୟରେ ସେକ୍ଟର-୨, ଯୁବକ ସଂଘ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଏକ ଜଳଛତ୍ର ଖୋଲାଯାଇ ଅଛି। ଏହି ଜଳଛତ୍ର ଟିକୁ ମୁଖ୍ୟ ଅତିଥି ଭାବେ ସେକ୍ଟର-୩ ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ସମ୍ମାନିତ ଅତିଥି ଓଡିଶା ରାଜ୍ୟ ପରିବହନ ନିଗମର ଅଧିକାରୀ ବସନ୍ତ କୁମାର ଷଡଙ୍ଗୀ ଫିତା କାଟି ଉଦଘାଟନ କରିବା ସଙ୍ଗେ ସଙ୍ଗେ ପଥଚାରୀ ଙ୍କୁ ପଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଅଜିତ ନାୟକ, ବିରେନ୍ଦ୍ର ସ୍ଵାଇଁ, ସରୋଜ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ମନୋଜ ଡୋରା, ଅଭିଜିତ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ପ୍ରସନ୍ନ ମହାନ୍ତି, ମହେଶ୍ୱର ସାହୁ, ବିଶ୍ବଜିତ ପାତ୍ର, ସୁଶାନ୍ତ ମାହୀ, ହିମାଂଶୁ ଶେଖର, ଆଶିଷ ମହାନ୍ତି, ପବିତ୍ର ସାହୁ, ଦୀପକ୍ ଦାସ, ସନ୍ତୋଷ ନାୟକ, ପୂର୍ଣ୍ଣ ଶେଖର,ଫିରୋଜ ଖାଁ,ସୂରଜ ସିଂ, କିଶୋର ସିଂ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ, ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ

Sunil Chandra Nayak

ରାସ୍ତା ,ପାନୀୟଜଳ ତଥା ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧକୁ ନେଇ ଆଗେଇ ଚାଲିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

Sunil Chandra Nayak

Leave a Comment

error: Content is protected !!