ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜାପତି ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ପାଳିତ

ବୌଦ୍ଧ – 24/10 – ଆଲୋକ ର ପର୍ବ ଶୁଭ ଦୀପାବଳି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ଖୁଵ ଆନନ୍ଦ ସହକାରେ ଆଧ୍ୟାତ୍ମିକ ମହତ୍ୱ ନେଇ ପାଳନ କରାଯାଇଥିଲା l କେନ୍ଦ୍ର ସଞ୍ଚlଳିକା ବି କେ ମାମିନା ଭଉଣୀ ନିଜ ବକ୍ତବ୍ୟ ରେ କହିଲେ ଜ୍ୟୋତି ସ୍ୱରୂପ ପରମାତ୍ମା ସମସ୍ତ ଜ୍ୟୋତି ସ୍ୱରୂପ ଆତ୍ମା ମାନଙ୍କ ପିତା ଅଟନ୍ତି, ଆଜି ମାନବ ସମାଜରେ ବିକାର ବ୍ୟସନ ମାୟା ରୁପି କାଳିମା ର ଅନ୍ଧକାର ରେ ପଡି ପ୍ରାୟ ସମସ୍ତେ ମାନସିକ ଶାରୀରିକ ବେଦନା ରେ ପୀଡିତ ଜୀବନ କଟାଉଛନ୍ତି l ଏ ଦୁର୍ଦଶା ସମୟରେ ସ୍ୱୟଂ ପରମପିତା ପରମାତ୍ମା ଧରାଧାମ ରେ ଦିବ୍ୟ ଅବତରଣ କରି ଆତ୍ମ ଜ୍ଞାନ ରୁପି ଆଲୋକ ପ୍ରଦାନ କରି ନୂତନ ସଂସାର ତଥା ସ୍ୱର୍ଗ ଦୁନିଆଁ ସ୍ଥାପନା କରୁଛନ୍ତି. ଦୀପାବଳି ସୁଖ ସମୃଦ୍ଧି , ଶାନ୍ତି ସାମ୍ରାଜ୍ୟ ଆହ୍ୱାନ ର ପର୍ବ ଅଟେ l ପୁରୁଣା ସ୍ଵଭାଵ, ସଂସ୍କାର ରୁପି ଚୋପାଡ଼l କୁ ସମାପ୍ତ କରି ନୂତନ ସଂସ୍କାର ଯହିଁରେ କି ପ୍ରେମ -ଏକତା -ସତଭାବନା ରେ ଜୀବନ ଆନନ୍ଦମୟ ହୋଇଯିବ.ସମ୍ମାନିତ ଅତିଥି ସୁଶ୍ରୀ ରତିକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜନସମ୍ପର୍କ ଓ ସୂଚନା ଅଧିକାରୀ ବୌଦ୍ଧ ନିଜ ବକ୍ତବ୍ୟ ରେ କହିଲେ ରାବଣ ରାଜ୍ୟ କୁ ସମାପ୍ତ କରି ଯେତେବେଳେ ଭଗବାନ ଶ୍ରୀରାମ ଅଯୋଧ୍ୟା କୁ ଆଗମନ କଲେ, ସେତେବେଳେ ନଗରବାସୀ ଦୀପ ଜଳାଇ ତାଙ୍କୁ ସ୍ୱାଗତ ଜଣାଇ ଥିଲେ l ଅସତ୍ୟ ଉପରେ ସତ୍ୟ ର ବିଜୟ,ସୁଖ ସମୃଦ୍ଧି ରାଜ୍ୟ ର ଶୁଭାଗମନ ର ପର୍ବ ହିଁ ଦୀପାବଳି ବୋଲି ବର୍ଣନା କରିଥିଲେ l ବି କେ ସରୋଜ ଭାଇ ସଭାରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଦୀପାବଳି ପର୍ବ ରେ ସ୍ୱାଗତ ଜଣାଇ କହିଲେ ପରମାତ୍ମା ସର୍ବଧର୍ମ ଆତ୍ମ ଙ୍କ ପିତା ଅଟନ୍ତି, ତେଣୁ ତାଙ୍କୁ ସମସ୍ତେ ଜ୍ୟୋତି ସ୍ୱରୂପ ରେ ସ୍ୱୀକାର କରନ୍ତି l ବର୍ତ୍ତମାନ ସମୟ ଆସି ପହଁଚିଛି ବିଶ୍ୱରେ ସବୁ ଧର୍ମ ର ମାନବ ଈଶ୍ବରୀୟ ବିଦ୍ୟାଳୟ ଜ୍ଞାନକୁ ସ୍ୱୀକାର କରନ୍ତି, ତେଣୁ ଏ ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ଶହେ ଚାଳିଶ ଦେଶରୁ ଉର୍ଦ୍ଧ ଦେଶ ରେ ଶିକ୍ଷା ପ୍ରଦାନ କରୁଛି l ଭାରତକୁ ବିଶ୍ୱ ଗୁରୁ ରୂପେ ମାନ୍ୟତା ପ୍ରାପ୍ତ କରିବା ପଛରେ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ର ଭୂମିକା ବିଶେଷ ଅଟେ l କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ଭାଇ ମାନେ ଆତ୍ମିକ ସ୍ମୃତି ରେ ଦ୍ବୀପ ପ୍ରଜ୍ବଳନ କରି ପରିବେଶ କୁ ସୁଶୋଭିତ କରିଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଭାଲୁ ଆକ୍ରମଣରେ ୬୦ ବର୍ଷର ବୃଦ୍ଧା ଗୁରୁତର

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!