ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ଅଧୁଷିତ ଅଂଚଳରେ କିସାନ ସମ୍ପ୍ରଦାୟର ଲୋକ ମାନେ ନିଆରା ଢଙ୍ଗରେ ପାଳନ କଲେ କରମା ପୂଜା  

ଢେଙ୍କାନାଳ(ମସିହା ନିଉଜ୍ ସର୍ଭିସେସ) ୧୧ l ୧୦_କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା ସବୁଜ ବନାନୀ ଭିତରେ ରହିଛି ଝାଞ୍ଜରୀବେରଣା ନାମକ ଏକ ଗାଆଁ l ଏଠି କେବଳ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ବସ ବାସ କରି ଥାନ୍ତି ! ଯେଉଁ ମାନଙ୍କର ପେସା ହେଲା ପ୍ରତି ଦିନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିଵା ସହିତ ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ କରି ଥାନ୍ତି ! ଯେହେତୁ ପ୍ରତ୍ୟେକ ସମୟରେ ଜଙ୍ଗଲ ଜାତ ଦ୍ରବ୍ୟ କୁ ନେଇ ପରିବାର ପ୍ରତିପୋଷଣ କରୁଥିବାରୁ ଆଦିମ ଅନ୍ତ କାଳରୁ ଜଙ୍ଗଲ ରେ ଥିବା ବୃକ୍ଷ ଲତାକୁ ପୂଜା କରି ଥାନ୍ତି l ପ୍ରତେକ ବର୍ଷ କୁମାର ପୁର୍ଣିମାର ପାଞ୍ଚ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ କୁରୁମ ଗଛକୁ ପୂଜା କରି ଥାନ୍ତି l ପୁର୍ଣିମା ଦିନ ସନ୍ଧ୍ୟା ସମୟରେ ସପରିବାର ପୂଜାରୀ କୁ ସାଙ୍ଗରେ ଧରି ପାଞ୍ଚ ଦିନ ପୂର୍ବରୁ ପୂଜା କରୁ ଥିବା କୁରୁମ ଗଛ ପାଖରେ ପହଁଚି ଥାନ୍ତି ! ପୂଜାର୍ଚନା କରି କାଳିସୀ ମାଡି ଝୁଲି ଝୁଲି କରୁମ ଗଛର ଡାଳ ଟିଏ ଆଣି ଗ୍ରାମରେ ସ୍ଥାପନ କରାଯାଇ ଥିବା ପିଣ୍ଡିରେ ରଖି ପୂଜାର୍ଚନା କରିଥାନ୍ତି ! ସେହିଦିନ ରାତି ତମାମ ଜାଗର ଜାଳିବା ସହିତ, ନିଜର କିସାନ ସମ୍ପ୍ରଦାୟ ଭାଷାରେ ଗୀତ ଗାଇ, ମାଦଲର ତାଳେ ତାଳେ ଯୁବକ , ଯୁବତୀ , ପୁରୁଷ ଓ ମହିଳା ଏକତ୍ରିତ ହୋଇ ନାଚ ଗୀତରେ ମସଗୁଲ୍ କରମା ପୂଜା ପାଳନ କରି ଥାନ୍ତି l ଏହି କରମା ପୂଜା କଲେ, ଧନ, ଜନ, ଲଷ୍ମୀ, ଅପୁତ୍ରିକ ନାରୀକୁ ପୁତ୍ର ଓ ରୋଗରୁ ନିରୋଗ କରି ଥାନ୍ତି ବୋଲି କିସାନ ସମ୍ପ୍ରଦାୟର ଲୋକ ମାନେ ବିଶ୍ୱାସ କରି କୁରୁମ ଗଛକୁ ପୂଜା କରି ଥାନ୍ତି l ସକାଳ ସମୟରେ ବଡ଼ ଶୋଭା ଯାତ୍ରା ରେ ବାହାରି କୁରୁମ ଗଛର ଡାଳ କୁ ବିସର୍ଜନ କରି ଥାନ୍ତି l ଦେଖିବକୁ ଗଲେ ଆଦିବାସୀ କିସାନ ସମ୍ପ୍ରଦାୟର ଲୋକ ହେଲେ ମଧ୍ୟ ବୃକ୍ଷକୁ ନିଜର ମା ଭାବି ପୂଜା କରି ଆସୁଛନ୍ତି l କଥାରେ ଅଛି ବୃକ୍ଷ ହିଁ ଜୀବନ, ଏହି ମଣିଷ ସମାଜରେ କିଛି ଲୋକ ଗଛ କାଟି ବିକ୍ରି କରିବାରେ ବ୍ୟସ୍ଥ ଥିବା ବେଳେ , ଆଉ କିଛି ବ୍ୟକ୍ତି ଗଛ ଲଗାଇ ସବୁଜ ସୁନ୍ଦର ସଂସାର ଗଢିବାରେ ବେଶ ଖୁସି ଅନୁଭବ କରିଥାନ୍ତି ! କିନ୍ତୁ ଆଦିମ କାଳରୁ କିସାନ ସମ୍ପ୍ରଦାୟର ଲୋକ ମାନେ କୁରୁମ ଗଛକୁ ନିଜର ଇଷ୍ଟ ଦେବତା ଭାବେ ପୂଜା କରି ଆସୁଛନ୍ତି l ଯେହେତୁ କିସାନ ସମ୍ପ୍ରଦାୟର ଲୋକ ମାନେ ଆଦିବାସୀ ପରମ୍ପରାକୁ ନେଇ ଚଳ ପ୍ରଚଳ କରୁଛନ୍ତି,ସରକାର ଏମାନଙ୍କ ପ୍ରତି ଯଦି ଟିକେ ଦୃଷ୍ଟି ପକାନ୍ତି ନିଶ୍ଚୟ ଭାବେ କିସାନ ସମ୍ପ୍ରଦାୟ ଉପକୃତ ହୋଇ ପାରନ୍ତେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!