ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କଳାକାର

କଳାକାର

ଅପର୍ତ୍ତି ସେଠୀ

ଭାବପ୍ରବଣର ମଣିଷଟି ଯିଏ
       ଆତ୍ମକଳା ବାଣ୍ଟୁଥାଏ,
ଅନ୍ଯ ଖୁସି ପାଇଁ ଭିନ୍ନ ଇଲାକାରେ 
       ଏକା ଯିଏ ଭ୍ରମୁଥାଏ।
ସୌଦାଗର ସାଜି ସପନ ରାଇଜେ
        କଳାର ବାଣିଜ୍ୟ କରେ,
ଆପଣା କୋହକୁ ଛାତିରେ ଚାପି ସେ 
        ସୁଖର ସ‌ଉଧ ତୋଳେ।
ମନୋରଞ୍ଜନର ଅମୃତ ପରଶି
         ଯିଏ ବିଷ ପିଉଥାଏ,                             
କେବେଗାଳି କେବେ କରତାଳି ଗଳେ
         ମାଳ କରି ପିନ୍ଧିଥାଏ।
 ଦୁଃଖେ କାନ୍ଦି ନାହିଁ ଅନ୍ୟକୁ ହସାଇ
          କରିନିଏ ଆପଣାର,
ପ୍ରତି ହୃଦୟରେ ଜାଗା ନେବାପାଇଁ
          ଚାହେଁ ଯିଏ ବାରମ୍ବାର।
ଅପ୍ରତିଦ୍ଵନ୍ଦୀ ସେ ଅଦ୍ଵିତୀୟ ବୀର
         ହୃଦୟ ରାଜ୍ୟ ସମ୍ରାଟ,
କଳାର ମହତ ଯା’ ଲାଗି ପ୍ରକାଶ
         ବାଣୀ ପୁତ୍ର ସେ ପ୍ରତ୍ଯକ୍ଷ।
ଆତ୍ମାଭିମାନୀ ସେ ବିଷୟା ରହିତ
         ପ୍ରେମର ପୂଜାରୀ ହୋଇ,
କେବେମଞ୍ଚପରେ କେବେ ଅଦୃଶ୍ଯରେ
         କଳା ନିତି ବାଣ୍ଟୁଥାଇ।
ଚାରୁଚିତ୍ରପଟ ଗୀତ କି ସଙ୍ଗୀତ
         ହେଉ ଗଳ୍ପ କି ନାଟକ,
ଆଜି ବି କୋଣାର୍କ ଅଛି ମୁଖ ସାକ୍ଷୀ
         ତା’ ସ୍ଵାକ୍ଷର ପରିସ୍ଫୁଟ।
କଳାକାର ସବୁ ସହିପାରେ ସିନା
         କଳାକୁ ନିନ୍ଦି ପାରେନା,
ତା’ଆଖି ଆଗରେ କଳାର ସମ୍ମାନ
         କ୍ଷୂର୍ଣ୍ଣ ହେବାକୁ ଦିଏନା।
ଏମିତିକା ଜଣେ କେହି ନାହିଁ ଭାଇ
         କଳାକୁ ମାପି ପାରିବ,
କଳା ତରାଜୁରେ ଟଙ୍କା କମିଯିବ
        କଳାଟି ଓଜନ ହେବ।
କଳା ଐଶ୍ଵରୀକ କଳା ହିଁ ଶାସ୍ଵତ‌
        କଳା ଅଟେ ଚିରନ୍ତନ,
କଳା ହିଁ ନିର୍ଗୁଣ ସତ୍ଯ ସନାତନ
        କଳାକାର ଜନ୍ମ ଧନ୍ୟ। 
ହେଉ ଅନୁଭବୀ ଅବା ସିଏ କବି
        କଳା ତାର ପରିଚୟ,
କଳାର ସଂସାର ସର୍ବେ କଳାକାର
        ସବୁ ଏଠି ଅଭିନୟ। 
କଳା ସରେ ନାହିଁ କଳା ମରେ‌ ନାହିଁ
        କଳାକାର ହାରେ ନାହିଁ,
କଳାର ପରଶେ ସାରା ସଂସାରକୁ
        ବାନ୍ଧି ରଖିଥାଏ ସେହି।           

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା,

 

Related posts

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

Sunil Chandra Nayak

ପୂଜାରିଗୁଡା ଗ୍ରାମ ପଞ୍ଚାୟତ :ମୃତ ହିତାଧିକାରୀ ଙ୍କ ନାମରେ ଉଠୁଛି ଚାଉଳ

Sunil Chandra Nayak

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!