ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

 ମୟୂରଭଞ୍ଜ ୨୫/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ବାର ଆସୋସିଏସନ୍ ବରିଷ୍ଠ ଆଇନଜୀବି ତଥା ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଆଇନଜୀବୀ ଇନ୍ଦ୍ରଜିତ ସେନଗୁପ୍ତ (୬୭) ଙ୍କ ଆଜି ରାଇରଙ୍ଗପୁରର ଲିଙ୍କ ରୋଡ଼ ସ୍ଥିତ ତାଙ୍କ ଭଉଣୀଙ୍କ ବାସଭବନରେ ଖାଇପିଇ ବିଶ୍ରାମ ନେଉଥିବା ଅପରାହ୍ନ ୨.୧୫ ସମୟରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ଗୋରୁମହିଷାଣୀ ଅଂଚଳର ଜଣେ ବିଶିଷ୍ଟ ସମାଜସେବୀ,ପରୋପକାରୀ, ମେଳାପି, ମିଷ୍ଟଭାଷୀ,ଅମାୟିକ,ଦକ୍ଷ ଆଇନଜୀବୀ,ସର୍ବହରା ଖଣି ଶ୍ରମିକଙ୍କ ଦରଦୀଵନ୍ଧୁ,ଜଣେ ନି଼ଶୁ୍ଳ୍କ ଶିକ୍ଷକ ଯଦି ପେଶାରେ ଓକିଲ କିନ୍ତୁ ଗୋରୁମହିଷାଣୀ ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅବୈତନିକ ଶିକ୍ଷା ଦାନ କରନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ଓକିଲ ଭାଇମାନେ ହସ୍ପିଟାଲରେ ପହଞ୍ଚିଥିଲେ ।ତାଙ୍କ ମର ଶରୀରକୁ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟରେ କିଛି ସମୟ ଶେଷ ଦର୍ଶନ ପାଇଁ ରଖା‌ ଯାଇଥିଲା । ସେଠାରେ ଓକିଲ ଭାଇମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଦେଇ ଗଭୀର‌ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଜଗନ୍ନାଥଙ୍କ ପାଖରେ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।ପରେ ମର ଶରୀରକୁ ତାଙ୍କର ବଡ଼ଭାଇ ରଣଜିତ୍ ସେନଗୁପ୍ତ ଗୋରୁମହିଷାଣୀକୁ ବାସଭବନକୁ ନେଇଯାଇଥିଲେ। ତାଙ୍କର ପତ୍ନୀ ଏବଂ ପୁଅ ଓ ଝିଅ ଦୁର୍ଗାପୁରରୁ ଆସି ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ଗୋରୁମହିଷାଣୀରେ କି ପୁରୀରେ କରାଯିବ ସିଦ୍ଧାନ୍ତ ନିଆଯିବ । ତାଙ୍କ ମୃତ୍ୟୁରେ ଗୋରୁମହିଷାଣୀ ଏବଂ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଇନ୍ଦ୍ର ଭାଇ ଚାଲିଗଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚାଳକ ଦିବସ ପାଳିତ

Sunil Chandra Nayak

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ 

Sunil Chandra Nayak

Leave a Comment

error: Content is protected !!