ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜୀବନ ପରୀକ୍ଷା ସଂଗ୍ରାମ କରୁଛି
    ବଞ୍ଚିବାକୁ ଧରି ରାହା
କଷଟି ପଥର ବାରମ୍ବାର ଚେକ୍
    ଠିକ୍ ହୁଏ ସେ ସୁନା।
ଜଳ ସ୍ଥଳ ନଭ ସଂର୍ଘଷ କରୁଛି
   ବିପଦ ନଆସୁ ମୋତେ
ଦଶ ଦିଗ ଧରି ଚାହିଁ ବସିଅଛି
    ପ୍ରଭୁ ସାହା ଜଗନ୍ନାଥେ।
ଏମିତି ବେଳରେ ଚୁପଚାପ୍ ବସି
    ଦେଖନ୍ତି ସରବ ନୀତି
ସର୍ବ କାମ ସବୁ ଭଲରେ ଚାଲିଛି
    ପ୍ରଭୁଙ୍କ ରଖୁଛି ଭକ୍ତି।
ବିଶ୍ରାମ ବେଳରେ ହରିରାମ କହି
    ଶାନ୍ତିର କରୁଛି ସ୍ତୁତି
ରାତ୍ର କାଳ ଠାରୁ ସୂରୁଯ ଉଦୟ
   ପ୍ରଭୁ ନାମ ମୋର ଭକ୍ତି।
ସପନେ ଆସୁଛ ନିଦ୍ରାରେ କହୁଛ
    ଭଲମନ୍ଦ ନୀତି ବାଣୀ
ସକାଳୁ ଉଠିଲେ ମନ ପଡିଯାଏ
   ପ୍ରଭୁଙ୍କ ସ୍ବପ୍ନ କାହାଣୀ।
ଖୋଲି କହି ଦେଲେ ପ୍ରଭୁଙ୍କ ଯା କଥା
   ମନକୁ ପ୍ରଫୁଲ୍ଲ କରେ
ଗତ ରାତି ସ୍ବପ୍ନ ପ୍ରମାଣ କରିଛି
   ଜୀବନ ତୃପ୍ତି ମଧୁରେ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ହସେ ଗୁପ୍‌ଚୁପ୍ କାନ୍ଦେ ଇଟିଲି

Sunil Chandra Nayak

ଏଲ୍ ଏଣ୍ଡ ଟି କଂପାନୀର କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

Sunil Chandra Nayak

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!