ଚିଲିଗୁଡା( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଥିବା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଠାରେ ଅଞ୍ଚଳର ଅନେକ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ।ଏହି ସ୍ଵାସ୍ତ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ୧୯୬୨ ମସିହାରେ ଗଢି ଉଠିଥିଲା ।ଏହାର ଦୀର୍ଘ ବର୍ଷ ପରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଲା ପରେ ମଧ୍ୟ ଅନେକ ବର୍ଷ ବିତିଗଲାଣି ଏହାର କିଛି ଉର୍ଣ୍ଣତି ହୋଇ ପାରୁ ନାହିଁ ।ଏବେବି କର୍ମଚାରୀ ଙ୍କ ପାଇଁ ଆବଶ୍ୟକ ଗୃହ ନାହିଁ ।କେବଳ ୧୯ ୬୨ ମସିହାରେ ନିର୍ମିତ ଘର ଗୁଡିକ ରହିଛି ।ଯାହାକି କର୍ମଚାରୀ ମାନେ ରହିବା ପାଇଁ ସମ୍ଭବ ପର ନୁହେଁ । କର୍ମଚାରୀ ଙ୍କ ପାଇଁ ନୂତନ ଗୃହ ନିର୍ମାଣ ହୋଇ ପାରୁନାହିଁ କେବଳ ମରାମତି କାର୍ଯ୍ୟ ଚାଲୁଛି । ମରାମତି କଲେ ମଧ୍ୟ କିଛି କାମ ଦେଉ ନାହିଁ ।ଏବେବି ଏହି କେନ୍ଦ୍ରରେ ଡାକ୍ତର ଙ୍କ ପାଇଁ ଭଲ ଘର ଟିଏ ନାହିଁ ।ଯେଉଁ ଘର ଗୁଡିକ ଅଛି ବର୍ଷା ହେଲେ ଛାତରୁ ପାଣି ଝରୁଛି ।ଏପରିକି କେତେକ ସ୍ଥାନରେ ଆଜବେଷ୍ଟେଡ଼ ଫାଟି ଆଁ କରି ଥିବା ବେଳେ କେତେକ ସ୍ଥାନରେ ଛାତ ଫାଟି ଆଁ କରିଛି ।ଝରକା କବାଟ ନାହିଁ ଘର ଭିତରେ ବର୍ଷା ଯୋଗୁଁ ବିଭିନ୍ନ ପ୍ରକାରର ସାପ ରହୁଛି ।କେମିତି ଭାବରେ ଜଣେ କର୍ମଚାରୀ ସେହି ସ୍ଥାନରେ ରହିବେ ।ତଥାପି ବହୁତ ଅସୁବିଧାରେ ରହୁଛନ୍ତି ।ବିଶେଷ କରି ଡାକ୍ତର ଖାନାର ସଭା ଗୃହ ବିପଦ ଘେରରେ ରହିଛି ।ଏହି ସଭା ଗୃହରେ ଏ ,ଏ ନ ,ଏ ମ ,ଆଶା କର୍ମୀ ମାନଙ୍କ ପ୍ରତି ସପ୍ତାହରେ ଏବଂ ମାସକରେ ବୈଠକ ଅନୁଷ୍ଠିତ ହୋଇଥାଏ ।ମାତ୍ର ଏହି ସଭା ଗୃହ ବର୍ଷା ବେଳେ ଛାତରୁ ପାଣି ଝରିବା ସହ ଛାତରୁ ଅତଡ଼ା ଖସି ପଡେ ।ଏପରିକି ଛାତ ଟି ଦବି ମଧ୍ୟ ଗଲାଣି ।ତଥାପି କର୍ମଚାରୀ ମାନେ ବାଧ୍ୟ ହୋଇ ବୈଠକ କରିଥାନ୍ତି ।କାହିଁକି ବୈଠକ କରିବା ପାଇଁ ଅନ୍ୟ ଘର ଆଉ ନାହିଁ । ଏଭଳି ପରିସ୍ଥିତିରେ କର୍ମଚାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୈଠକରେ ୪୨ ଟି ଆଶା ଏବଂ ୧୦ ଟି ଅନ୍ୟାନ୍ୟ କର୍ମଚାରୀ ସାମିଲ ହୁଅନ୍ତି ।ବହୁ ପୁରୁଣା ଘର ଗୁଡିକ ରହି ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ଝରିବାର ଦେଖା ଯାଇ ଥାଏ ।ଭିତିଭୂମି ଠିକ ନ ଥିବାରୁ କର୍ମଚାରୀ ମାନେ ରହିବା ପାଇଁ ପସନ୍ଦ କରୁନାହାନ୍ତି । ସରକାର ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ଉର୍ଣ୍ଣତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ମାନଙ୍କ ପାଇଁ ଭଲ ସରକାରୀ ବାସଭବନ ଖଣ୍ଡିଏ ନାହିଁ ।ପ୍ରକାଶ ଥାଉକି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୂତୀୟ ଡାକ୍ତର ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସରକାରୀ ଘର ଦୀର୍ଘ ୨୦ ବର୍ଷ ହେଲା ଭାଙ୍ଗିକି ପଡି ରହିଛି ।ସେହି ସ୍ଥାନରେ ନ। ମରାମତି ହେଉଛି ନ। ନୂତନ ଗୃହ ନିର୍ମାଣ ହେଇ ପାରୁଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଅବହେଳା କରୁଥିବା ଯୋଗୁଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରର ଅଗ୍ରଗତି ହୋଇ ପାରୁ ନାହିଁ । ବହୁ ବର୍ଷର ପୁରୁଣା ଘର ଗୁଡିକ ରହି ଥିବାରୁ ପୁନର୍ବାର ମରାମତି କଲେ ମଧ୍ୟ ତାହା କାମକୁ ଆସିପାରୁନାହିଁ ।ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ପ୍ରାୟ ଅଧିକାଂଶ ଘର ଗୁଡିକରେ ପାଣି ଝରୁଛି ।ଏହି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ୟା ପ୍ରତି ପି ଡବ୍ଲୁ ଡି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଆକର୍ଷଣ କଲେ ହୁଏତ ଏହି ସ୍ବାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ବଦଳିପାରେ ବୋଲି ଜଣା ଯାଉଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ଛାଡି ୧୫ କିମି ଦୂର ଗଲେ ଜୁନାଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପଡିଥାଏ ।ଏଣୁ ଗ୍ରାମାଞ୍ଚଳର ଏହି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେଲେ ଆଗାମୀ ଦିନରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଏକ ଆଦର୍ଶ ସ୍ବାସ୍ଥ୍ୟ କେନ୍ଦ୍ର ଭାବରେ ପରିଚିତ ହୋଇ ପାରିବ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା