ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁଜନ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା: ୨୬ ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍

ଭବାନୀପାଟଣା -,ସାରା ଭାରତରେ ପରିବର୍ତ୍ତନ ମୋର୍ଚ୍ଚା ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତର ମୁକ୍ତି ମୋର୍ଚ୍ଚା ପକ୍ଷାରୁ ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ମୁକ୍ତି ମୋର୍ଚ୍ଚା ର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାର ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତର ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଥିଲା।  ଜିଲ୍ଲାର କେସିଙ୍ଗା ବ୍ଲକର ପଷ୍ଟିକୁଡ଼ି, କୋକସରା ବ୍ଲକର ମୋଟେର , ଭବାନୀ ପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୃଖାମର ଠାରେ ୨୬ ଜାତୀୟ ରାଜପଥକୁ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦରେ ୨୬ ନଂ ଜାତୀୟ ରାଜପଥକୁ ସକାଳ ୮ଘଣ୍ଟା ରୁ ୧୦ ଟା ଯାଏଁ ଅବରୋଧ କରା ଯାଇଥିଲା । ଏହି ବନ୍ଦ ପାଳନରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ସମେତ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ ରାଜ୍ୟ ଅଧ୍ୟକ୍ଷା କମଳିନୀ ଯାଦବ, ଜିଲ୍ଲା ସଭା ନେତ୍ରୀ ଅଞ୍ଜୁ କୁମାର , ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦନ, ବହୁଜନ ମୁକ୍ତି ପାର୍ଟି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ସଞ୍ଜୟ ଶବର, ସମ୍ପାଦକ ଅହିଦ୍ୱଜ ନାଗ, ଭାରତ ବିଦ୍ୟାର୍ଥୀ ମୋର୍ଚ୍ଚା ଜିଲ୍ଲା ସଭାପତି ନିରଞ୍ଜନ ନାଏକ ଅନ୍ୟତମ କାର୍ଯ୍ୟକର୍ତ୍ତା ବନମାଳୀ ନାୟକ, କୁନୁ ଦୁର୍ଗା, ମୂରଲୀ ଧର ଚଲାନ, ବିନୟ ନାଗ, ଭୀମ ଭୋଇ, କ୍ଷୀରସିନ୍ଧୁ ନେଗି, ବିବେକ ସୁନାନୀ, ଜଗନ୍ନାଥ ନାଏକ, କରୁଣା ଚଣ୍ଡି, ସନ୍ତୋଷ ନାଏକ, ତ୍ରିଲୋଚନ କୁମ୍ଭାର, ଦୁଃଖୀ କୁମାର, ଡମ୍ବରୁଧର କୁମାର, ଯାଦବ ଶବର, କୃଷ୍ଣ ଚନ୍ଦ୍ର ନାଏକ,ବେରୋଜ ଗାର ମୋର୍ଚ୍ଚାର ଜ଼ିଲ୍ଲା ସଭାପତି ଚନ୍ଦ୍ର ଶେଖର ଗୋପାଳ, ଆଦିବାସୀ ଏକତା ପରିଷଦର ଜ଼ିଲ୍ଲା ସଭାପତି କୁଶ ଶବର, ଆର ପି ଭି ଏମ କୋକସରା ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡ଼କିଆ,ବଳଦେବ ଜାଲ,ପର୍ଶୁରାମ ଶବର,ମୁନା ହାତୀ,କମଳ ଲୋଚନ ନାଏକ,ସୂର୍ଯ୍ୟକେତୁ ଶବର ଡମ୍ବରୁଧର ଶବର,ଘନ ସିଂ,ଡମ ସିଂ,କଳ୍ପେଶ୍ୱର ନାଏକ,କୈବଲ୍ୟ ଚଳlନ,ଗୋବର୍ଧନ ଶବର,ରାଜ ମୋହନ ଶବର,ମଳୟ ଶବର,ମନୋଜ ଶବର,ଋଷି ଶବର,ସୁଶାନ୍ତ ଚଲାନ ପ୍ରମୁଖ ସାମିଲ ଥିଲେ l

ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ଭବାନୀପାଟଣା।

Related posts

ସତଭାବନା ଲାକ୍ଷେଘର ସମାଜ ର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଖରିଫ ଚାଷ ପାଇଁ ଆଜିଠୁ ଜଳସେଚନ ଆରମ୍ଭ

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!