ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

ମୟୂରଭଞ୍ଜ -୨୫/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଉପଖଣ୍ଡ ପୋଲିସ ପ୍ରଶାସକ ଭାବେ ଦକ୍ଷ ପୋଲିସ ଅଫିସର ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ଯୋଗଦାନ କରିଛନ୍ତି । ତାଙ୍କୁ ଶନିବାର ଦିନ ଏସଡିପିଓଙ୍କ କାର୍ଯ୍ଯାଳୟରେ ଵାମନଘାଟୀ ପ୍ରେସ କ୍ଲଵର‌ ସଦସ୍ୟ ମାନେ ସଭାପତି ମନୋରଞ୍ଜନ ତିରିଆଙ୍କ ନେତୃତ୍ୱରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପତୋଡା ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ମନୋରଞ୍ଜନ ତିରିଆଙ୍କ ସହିତ ବରିଷ୍ଠ ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ମେଘନାଦ ହେମ୍ବ୍ରମ, ଜୀତେନ୍ଦ୍ର ଅଗ୍ରୱାଲ,ସତ୍ୟରଂଜନ ପାଲ,ନୀରଜ ସାହୁ ପ୍ରମୁଖ ସାମିଲ ଥିଲେ । ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ଜଣେ ଦକ୍ଷ ପୋଲିସ ପ୍ରଶାସକ । ପଶ୍ଚିମାଞ୍ଚଳ ତଥା ବଲାଙ୍ଗୀର,ସୁନ୍ଦରଗଡ, ରାଜଗାଙ୍ଗପୁର ଅଂଚଳରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ବାମନଘାଟୀର ଉପଖଣ୍ଡରେ ଆଇନ ଶୃଙ୍ଖଳା , ଝାଡ଼ଖଣ୍ଡ ଲୁଟେରା,ଦୁର୍ଗମ ଅଂଚଳରେ ଦେଶୀ ମଦର କୁଟୀର ଶିଳ୍ପ, ଗ୍ରାମାଞ୍ଚଳରେ ଜୁଆଡିଙ୍କ ଜୁଆଖେଳ, ରାଇରଙ୍ଗପୁର ବସଷ୍ଟାଣ୍ଡରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ, ରାଇରଙ୍ଗପୁର ସହରର ଟ୍ରାଫିକ ସମସ୍ୟା, ଝାଡ଼ଖଣ୍ଡକୁ ଚୋରା ବାଲି,ପଥର ଚାଲାଣ, ଗଞ୍ଜାମରୁ ଆସିଥିବା ଲୁଟେରା , ଝାଡ଼ଖଣ୍ଡ ବାଇକ୍ ଲୁଟେରା , ରାଇରଙ୍ଗପୁର ସହରରେ ସିସି କେମେରା ଲଗାଇବା,ଅମାନିଆ ବାଇକ ଚାଳକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ, ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ସାମ୍ବାଦିକଙ୍କ ସୁରକ୍ଷା ଉପରେ ଏସଡିପିଓଙ୍କ ସହ ଆଲୋଚନା ଖବରଦାତାମାନେ ଆଲୋଚନା କରିଥିଲେ ।ଏସଡିପିଓ ଗଣମାଧ୍ୟମକୁ କହିଥିଲେ ପ୍ରେସ -ଜନତା-ଗଣମାଧ୍ଯମଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ବହୁ ସମସ୍ୟାର ସମାଧାନ ହୋଇପାରିବା ସହ ଅପରାଧ ରୋକିବା ଓ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ବୋଲି କହିଥିଲେ। ପୋଲିସ ଜନତାଙ୍କ ବନ୍ଧୁ । ସମସ୍ତେ ସମସ୍ତଙ୍କୁ ସହଯୋଗ କରିବା ସମସ୍ତଙ୍କର ମିଳିତ ପ୍ରୟାସ ରହିବା ଦରକାର ।ଵାମନଘାଟୀ ଅଂଚଳର ଶିଶୁ, ମହିଳା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଅନ୍ଧ ବିଶ୍ବାସ ଦୂରୀକରଣ ସମସ୍ୟାକୁ ସେ ଅଧିକ ଗୁରୁତ୍ବ ଦେବା ସହ ଅସାମାଜିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।ଶେଷରେ ପାର୍ବଣ ଋତୁର ଆଗମନରେ ସମସ୍ତ ଉପଖଣ୍ଡ ବାସୀଙ୍କୁ ଗଣମାଧ୍ୟମ ଜରିଆରେ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ମୂଲ୍ୟାଙ୍କନ ଜୀବନର

Sunil Chandra Nayak

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା – ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଡୁମେରଗୁଡା ବାସୀ 

Leave a Comment

error: Content is protected !!