ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଖବର ପ୍ରକାଶନ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଲିଗୁଡା ସ୍କୁଲ ପରିଦର୍ଶନ

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୨୭୨ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।ଏହି ବିଦ୍ୟାଳୟରେ ୮ ଶ୍ରେଣୀ କୁ ୪ ଟି ଶ୍ରେଣୀ ଗୃହ ,ଶିକ୍ଷକ ସଂଖ୍ୟା ମାତ୍ର ୪ ଜଣ ,ପିଇବା ପାଣି ର ଅଭାବ ଖବର ଗୁଡିକ ଗତ ୩ ତାରିଖ ଦିନ  ବିଭିନ୍ନ ଖବରକାଗଜ ଓ ଇଲକ୍ଟ୍ରୋନିକ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।ଖବର ପ୍ରକାଶନ ପରେ ଆଜି ଜୁନାଗଡ଼ ବି ଇ ଓ ଅରିଫା ସୁଲତାନା ଚିଲିଗୁଡା ସ୍କୁଲକୁ ପରିଦର୍ଶନରେ ଆସି ସ୍କୁଲ ସମସ୍ୟା ଉପରେ ତଦାରଖ କରିଥିଲେ । ଏହାପରେ ସେ ୭ ଦିନ ଭିତରେ ୨ ଜଣ ଶିକ୍ଷକ ନିଯୁକ୍ତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ବିଭିନ୍ନ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ କହିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟ ଗୁରୁ , ସମାଜସେବୀ ପଦୁନାଭ ନାଗ ,ସ୍କୁଲ ଶିକ୍ଷା କମିଟି ସଭାପତି ଜୟରାମ ରଣା ,ସି ଆର ସି ସି ରାଜେଶ ସେଠ ,ପୂର୍ବତନ ସ୍କୁଲ ସଭାପତି ମନୋହର ପଟେଲ ,ଦିଲୀପ ଛତ୍ରିଆ ,ଲଷ୍ମୀ ଧର ସୁନାନୀ ,ସାଧୁରାମ ପଟେଲ ,ରାଧେ ଶ୍ୟାମ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଗୁଜରାଟ ଓ ଦକ୍ଷିଣ କୋରିଆ ଦୁର୍ଘଟଣାରେ ମୃତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

Sunil Chandra Nayak

Leave a Comment

error: Content is protected !!