ଢେ଼ଙ୍କାନାଳ (ମ ନି ସ)୦୮/୧୨/ଭୁବନ ବ୍ଲକ ଭୂଷଳ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମ ର ଚାଷୀଙ୍କର କଞ୍ଚନବହାଳି ଗ୍ରାମ ନିକଟସ୍ଥ ପାତୁସାହୁକାଟେଣୀ ମୌଜା ରେ ଗୁରୁବାର ମଧ୍ୟାହ୍ନ ରେ ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ ହୋଇଯାଇଛି l ନିଆଁ ଲାଗିବାର କାରଣ ଜଣାପଡିନାହିଁ lଖବର ପାଇ ଭୁବନ ଦମକଳ ବାହିନୀ ଘଟଣା ସ୍ଥଳକୁ ଯିବା ପାଇଁ ଚେଷ୍ଟା କରିଥିଲେ ବି ଜମିକୁ ଯାଇପାରିନଥିଲେ l ଫଳରେ ପବିତ୍ର ମଲ୍ଲିକ , ନାରଣ ମଲ୍ଲିକ ,ଏଣ୍ଡୁଅ ମଲ୍ଲିକ , ଉଦୟ ମଲ୍ଲିକ , ନିମାଇଁ ଦାଶ ,କାଳିଆ ମଲ୍ଲିକ , ଚରଣ ମଲ୍ଲିକ ଙ୍କର ଦଶ ଏକର ରୁ ଉର୍ଦ୍ଧ ଚାଷ ଜମି ର ପାଚିଲା ଧାନ ପୋଡ଼ିଯାଇଛି l ରାତି ପାହିଲେ ଶୁକ୍ରବାର l ଜମିରୁ ଧାନ କାଟିବାକୁ ମୂଳିଆ କରିଥିଲେ ପବିତ୍ର ମଳିକ , ହେଲେ ଗୁରୁବାର ମା ଲକ୍ଷ୍ମୀ ଙ୍କ ପୂଜା ଚାଲିଥିବା ବେଳେ ଧାନ ଜମି ରୁ ସୁନାର ଫସଲ ପୋଡି ଯାଇଥିବାରୁ ମୁଣ୍ଡକୋଡ଼ି କାନ୍ଦୁ ଥିବାର ଦେଖାଯାଉଛି l
ଦଇବ ଏମିତି ଦୁଃଖ ଦିଏ ବୋଲି ବିଶ୍ୱାସ କରି ପାରୁନାହାନ୍ତି ଚରଣ ମଳିକ l ଧାର କରଜ , ହାତ ଉଧାରୀ କରିଥିଲୁ ,ଏଇ ମାସ ରେ ଧାନ କାଟି ଖଳାକୁ ଆଣିଥାନ୍ତୁ l ଅମଳ କରି ଘର ଚଳିବାକୁ ରଖିବା ପରେ ବିକ୍ରୀ କରି ସାହୁ ମହାଜନ ସୁଝିଥାନ୍ତୁ l କିନ୍ତୁ ଅସମୟରେ ଚଡକ ପଡିଲା l କେମିତି ଋଣ ସୁଝିବୁ ପୁଣି ବର୍ଷକ ଯାକ ଚାଲିବୁ ବୋଲି କୁହନ୍ତି ଉଦୟ ମଲ୍ଲିକ l ଆଜି ପୋଡି ଯାଇଥିବା ଜମିରୁ ଜଳିଯାଇଥିବା ଧାନକୁ ସଂଗ୍ରହ କରୁଛୁ , ପ୍ରଶାସନର ଦ୍ୱାରସ୍ତ ଶୁକ୍ରବାର ଦିନ ହେବୁ ବଂଚିବା ପାଇଁ ନେହୁରା ହେବୁ ବୋଲି କୋହ ଭରା କଣ୍ଠ ରେ କୁହନ୍ତି ଏଣ୍ଡୁଅ ମଲ୍ଲିକ l
କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍