ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିନ ମ୍ୟାଚ ତଥା ପ୍ରଥମ ସେମିଫାଇନାଲ ସୋନପୁର ସିଆଲି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ତୁଷୁରା ଦଳ ୨-୧ଗୋଲ ରେ ସୋନପୁର ସିଆଲି କୁ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଛି l ମ୍ୟାଚକୁ ଆନ୍ତର୍ଜାତୀୟ ରେଫରୀ ନବୀନ କୁମାର ନାଏକ, ଲଳିତ ଦାସ, ସନ୍ଦୀପ ତରିଆ ଓ ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ l ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ଯୁବ ଉଦ୍ୟୋଗପତି ଶିବଲାଲ କେଡ଼ିଆ, ଜେ.ଡି କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରଣା, ବ୍ଲକ ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା ଯୋଗଦେଇଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସାମ୍ବାଦିକ ସତ୍ୟନାରାୟଣ କୁମାର, ସିମାଞ୍ଚଳ ଭୋଇ, ସହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣିସାହୁ ଓ ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ l ସ୍କୋରବୋର୍ଡ ଦାଇତ୍ୱ ରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ଶନିବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଧସିଲା ପୋଲ ନିକଟ ମାଟି 

Sunil Chandra Nayak

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!