ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛରେ ପିଟି ହେଲା ଆମ୍ବୁଲାନ୍ସ ୨ ମୃତ ୩ ଗୁରୁତର

 ଜୁନାଗଡ଼,୧୭/୧୦(ମ ନି ସ) କଳାହାଣ୍ଡି ଜିଲାରେ ଅଭାବନୀୟ ଘଟଣା ଘଟିଛି । ଜୟପାଟଣା ଡାକ୍ତରଖାନାରୁ ଜଣେ ହଇଜା ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବିଳମ୍ବିତ ରାତିରେ ଭବାନୀପାଟଣା ଡାକ୍ତରଖାନା ନେଉଥିବା ସମୟରେ ଜୁନାଗଡ଼ ବ୍ଲକ ମହିଚଳା ମଣ୍ଡି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କ ସମେତ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଜୟ ପାଟଣା  ବ୍ଲକ କପୁର ମାଲ୍ ଗାଁ ର ସୁମିତ୍ରା ଦୂର୍ଗା(୫୦) ଙ୍କୁ ଝାଡ଼ା ଓ ଜ୍ଵର ହଉଥିବା ରୁ ପରିବାର ଲୋକେ ରବିବାର ଜୟ ପାଟଣା ଡାକ୍ତର ଖାନା ଆଣିଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭଵାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ନେଉଥିବା ବେଳେ ଜୁନାଗଡ ଥାନା ମହିଚଲା ଗ୍ରାମ ନିକଟସ୍ଥ ଏକ ତାଳ ଗଛରେ ଉକ୍ତ ଆମ୍ବୁଲାନ୍ସ ଭାରସାମ୍ଯ ହରାଇ ପିଟି ହୋଇଥିଲା l ଫଳରେ ଗାଡି ରେ ରହିଥିବା ଆମ୍ବୁଲାନ୍ସ କର୍ମଚାରୀ ଏବ୍ଂ ରୋଗୀ ପରିବାର ଲୋକେ ଆହତ ହୋଇଥିଲେ lଘଟଣା ସ୍ତଳ ରେ ସୁମିତ୍ରା ଦୂର୍ଗା ଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ କୁ ଭବାନୀପାଟଣା ନେଉଥିବା ବେଳେ ମୃତ୍ୟୁ ହେଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଧାୟକ ଙ୍କ ଦ୍ଵାରା କାଣିଗୁମା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Sunil Chandra Nayak

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

Sunil Chandra Nayak

ପଞ୍ଚାୟତ ଗୃହ କାର୍ଯ୍ୟ ସ୍ଥଗିତ କରିବାକୁ ବିଡ଼ିଓ ଙ୍କୁ ଅଭିଯୋଗ କଲେ ତୁନଗାଁ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!