ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳନ କରି ପ୍ରତିବାଦ କଲେ ଅଙ୍ଗନବାଡ଼ି କର୍ମୀ

କୋକସରା,୨୪/୧୧- (ମ ନି ସ) ଆଜିକୁ ୩ ଦିନ ହେବ ଭାରତୀୟ ମଜଦୂର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି କର୍ମୀ ପକ୍ଷରୁ ରାଜ୍ୟରେ ୮ ଦଫା ଦାବି ପୁରଣ ନେଇ ରାଜ୍ୟ ସରକାରଙ୍କୁ ନିଜର ହକ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଗୁରୁବାର କୋକସରା ବ୍ଲକ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।ତେବେ ଆଜି ମାଣବସା ଗୁରୁବାର ରହିଥିବାରୁ ଅଙ୍ଗନବାଡ଼ି କର୍ମୀ ମାନେ ଅଭିନବ ଭାବେ ସରକାରଙ୍କୁ ପ୍ରତିବାଦ ସ୍ବରୂପ ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳନ କରିବା ସହ ରୀତିନୀତିରେ ଲକ୍ଷ୍ମୀ ପୁରାଣ ବୋଲିବା ସହ ଲକ୍ଷ୍ମୀ ପୂଜା କରିଛନ୍ତି ଓ ମା ଲକ୍ଷ୍ମୀ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ଓ ଆମର ଦାବି କୁ ଶୀଘ୍ର ସରକାର ମାନି ନିଅନ୍ତୁ ବୋଳି କହିଛନ୍ତି। କୋକସରା ବ୍ଲକର ୧୬୭ ମୁଖ୍ୟ ଓ ମିନି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟରତ ଅଙ୍ଗନବାଡ଼ି ଓ ପାଚିକା ମାନେ ଏହି ଆନ୍ଦୋଳନରେ ସାମିଲ ରହିଛନ୍ତି। କୋକସରା ବ୍ଲକ ସଙ୍ଘର ସଭାନେତ୍ରୀ ଦମୟନ୍ତି ବେଶ୍ରା, ସମ୍ପାଦିକା ନିର ମହାନନ୍ଦ, କୋଷାଧକ୍ଷ୍ୟା ତରୁଲତା ଦାସ, ସୌଦାମିନୀ ବେହେରା, ସେକ୍ଟର ଲିଡର ତୁଳସୀ ବେଶ୍ରା, ପୂର୍ଣ୍ଣମୀ ନାଏକ, ଚଞ୍ଚଲା ଦଳପତି, ଗାୟତ୍ରୀ ମାଝୀ, ଭୂମିସୁତା ମାଝୀ, ମନ୍ଦାକିନି ବାଗ, ଅଭିନ ପଟ୍ଟନାୟକ, ପଦ୍ମିନୀ ନାଏକ ଓ ଶତାଧିକ ମହିଳା ଅଙ୍ଗନବାଡ଼ି ଓ ପାଚିକା ଏହି ଧାରଣାରେ ସାମିଲ ହୋଇ ଆଜି ମାଣବସା ବ୍ରତ ପାଳନ କରିବା ସହ ପିଠାପଣା ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆଇଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ବ୍ଲକର ସମସ୍ତ କେନ୍ଦ୍ରରେ ତାଲା ପଡିଛି ଓ ଶିଶୁ, କିଶୋରି ବାଳିକା ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ରହିଥିବା ସମସ୍ତ ଯୋଜନା ଠପ ହୋଇପଡ଼ିଛି।

Related posts

ଏକତା କ୍ଲଷ୍ଟର ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

Sunil Chandra Nayak

ନୂତନ କ୍ରୀଡା ଅଧିକାରୀ ଙ୍କୁ ଜୁନାଗଡ଼ ରେ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!