ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

ଶରତ ସକାଳ

ନଳିନୀ ପ୍ରଭା ମିଶ୍ର

ଭାରି ପରିମଳ ଶରତ ସକାଳ
   ଆକାଶେ ଆସ ଇ ରବି
ପ୍ରକୃତି ରାଣୀ ଦିଶେ କି! ସୁନ୍ଦର
  ଧରି ଅପରୂପ ଛବି।
ଉଜ୍ବଳ ଆଲୋକ ଦିବସ ପ୍ରକାଶି
   ଅନ୍ଧକାର କରେ ନାଶ 
ଧୀର ସମୀରଣ ଦିଏ ମହକାଇ
  ଗଙ୍ଗ ଶିଉଳି ର ବାସ।
ନାନା ଜାତି ଫୁଲେ ଦିଶ ଇ
  ସୁନ୍ଦର ପ୍ରକୃତି ର ଉପବନ
ବିହଙ୍ଗ କାକଳୀ ସବୁଠାରୁ ବଳି
  ମୋହି ନେଉ ଥାଏ ମନ।
ସବୁଜ କେଦାରେ ଲହରୀ ଖେଳାଏ
  ସମୀରଣ ଛୁଇଁ ଛୁଇଁ
ଶରତ ସକାଳେ ଅପରୂପ ଶୋଭା
  ଧରେ ଆମ ଗାଁ ଭୂଇଁ।
ଚଷା ପୁଅ ମନ ଭାରି ହରଷିତ
  ନିରେଖି ସବୁଜ କ୍ଷେତ
ମନେ ହୁଏ ଅବା! ଦିବସ ରଜନୀ
  ଉଡାଉଛି ନୀଳ ନେତ।
ସରୋବର ଜଳେ ନିପତିତ
   ସେହି ସ୍ଵର୍ଣ୍ଣିମ ସୂର୍ଯ୍ୟ କିରଣ
ପ୍ରତିବିମ୍ବ ହୁଏ ସହସ୍ର ବର୍ଣ୍ଣାଳୀ
  ଆନଂଦ ହୁଅଇ ମନ।
ତଟିନୀ ଓ ସର ସ୍ଵଚ୍ଛ କରି ଧୀର
  ପ୍ରବାହିତ ନୀର କୋଳେ
ଅଗଣିତ ମୀନ ନିର୍ଭୟ ମନ
  ଖେଳନ୍ତି ମାନସ ଭୋଳେ।
ସବୁଠୁ ନିଆରା ଶରତ ସକାଳ
   ସର୍ବ ସ ଉନ୍ଦର୍ଯ୍ୟ ଧରି
ସତେ ବା! ପ୍ରକୃତି ପିନ୍ଧି ନବ ଭୂଷା
  ଆସିଅଛି ଅବତରି।
ପରିବର୍ତ୍ତ ଋତୁ ସର୍ଜନାର ହେତୁ
  ନବ ନବ ରୂପ ଘେନି
ବଦଳାଏ ବେଶ ହେଲେ ଏକ ଶେଷ
  ଆମୋଦ କରେ ଧରଣୀ।
 ପ୍ରଭାବିତ କରେ ଜନ ମାନସ କୁ
    ଶରତ ଶୁଭ୍ର ପ୍ରଭାତ
ଭାଦ୍ର ଓ ଆଶ୍ଵିନ ଧରି ଦୁଇ ମାସ
  କରେ ଜଗତ ର ହିତ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ବିପର୍ଯ୍ୟୟ ପରିଚାଳନା ପାଇଁ ବିଶୋଇବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ 

Sunil Chandra Nayak

ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ୍ , ସାନ୍ତାଳୀ ଜୋର୍ଣାଲିଷ୍ଟ ଏବଂ ମାଝୀ ପାର୍ଗାନାଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!