Uncategorizedଅବିନାଶ ମହାପାତ୍ର ଙ୍କ କବିତା ତଥାପି ବଞ୍ଚିଛି by Sunil Chandra NayakSeptember 15, 20220105 Share1 ତଥାପି ବଞ୍ଚିଛି ଅବିନାଶ ମହାପାତ୍ର ପାଇଛି ସବୁଠି ଅନେକ ଲାଞ୍ଚନା ଏହି ଜୀବନରେ ମୁହିଁ ସହିଛି କେତେ ମୁଁ ଘାତ ପ୍ରତିଘାତ କଷଣରେ କଷି ହୋଇ l(0) ଭାରି ଅମାନିଆ ଦୁଇ ଆଖି ମୋର ଚିର ସହୋଦର ହୋଇ ସୁଖେ ହେଉ ଅବା ଦୁଃଖେ ଭାଗିଦାର ନିରନ୍ତର ବହୁଥାଇ l(1) ଭାଙ୍ଗି ଯାଇଛି ମୋ ସ୍ବପ୍ନର କୋଣାର୍କ ସମ୍ପର୍କ ହୋଇଛି ଛିନ୍ନ ହଜି ସେ ଯାଇଛି ସମୁଦ୍ର ଗର୍ଭରେ ନାହିଁ କିଛି ଚିହ୍ନ ବର୍ଣ୍ଣ l(2) ରଖିନାହିଁ କେବେ ଆଶା ଅଭିଳାଷ କରିନାହିଁ ଅଭିମାନ ପ୍ରିୟ ରୁ ଅପ୍ରିୟ ହୋଇନାହିଁ କେବେ ରଖି ଅଛି ସନମାନ l(3) ଚିରିଯାଇଛି ସେ ଅଭିଧାନ ପୃଷ୍ଠା ନଜର ପଡୁନି ଆଉ କେତେ ପାଣ୍ଡୁଲିପି ଲେଖି ମୁଁ ସାରିଛି ପଢିବ କିଏ ବା ଆଉ l(4) ଶ୍ରଦ୍ଧାଭାଜନର ଉର୍ଦ୍ଧରେ ଥିଲି ମୁଁ ପ୍ରିୟ ପରିଜନ ଠାରେ ଦୂରିତ ଆଜି ମୁଁ ନିସ୍ବ ଅସହାୟ ବୟସର ମଧ୍ୟ୍ୟାନରେ l(5) ଦୂର ଦିଗନ୍ତର ଅମାପ ଦୂରକୁ ଉଡ଼ିଛି ମୁଁ ବହୁ ଦୂର ତଥାପି ଲଢ଼ିଛି ଶତ ସିଂହ ବଳେ ପଡି ଉଠି ବହୁ ଥର l(6) ଆହା କହିବାକୁ ରାହା ନାହିଁ ଏଠି ଝୁଣ୍ଟି ପଡ଼ିବାର ବେଳେ ତଥାପି ଚାଲିଛି ଲକ୍ଷ ପଥ ନେଇ ସମୟର ତାଳେ ତାଳେ l(7) ଅଗ୍ନିର ଅନଳେ ଝାସ ଦେଇ ଜଳି ଜଳିଛି ମୁଁ ବାରମ୍ବାର ତଥାପି ଲୁଚାଇ କୋହର ବେଦନା ହସୁ ଥାଏ ନିରନ୍ତର l(8) ଜୀବନ କାହାଣୀ ଅସମାପ୍ତ ମୋର ବିସ୍ତୃତ ମୋ ପରିସୀମା ସମୁଦ୍ର ଲୁଣକୁ ତଉଲିବା ଯାହା କେହିବି ବୁଝନା ଜମା l(9) ଗଢ଼ିଦେବ କିଏ ମୋ ପାଇଁ କୋଣାର୍କ ତୋଳି ଦେବ ବାଲି ଘର ତଥାପି ବଞ୍ଚିଛି ଏହି ଆଶା ନେଇ କିଏ ହେବ ଆପଣାର l(10) ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ