ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ବଞ୍ଚିଛି 

       ତଥାପି ବଞ୍ଚିଛି 

       ଅବିନାଶ ମହାପାତ୍ର 

     
    ପାଇଛି ସବୁଠି ଅନେକ ଲାଞ୍ଚନା
        ଏହି ଜୀବନରେ ମୁହିଁ
    ସହିଛି କେତେ ମୁଁ ଘାତ ପ୍ରତିଘାତ
        କଷଣରେ କଷି ହୋଇ l(0)
   ଭାରି ଅମାନିଆ ଦୁଇ ଆଖି ମୋର
        ଚିର ସହୋଦର ହୋଇ
  ସୁଖେ ହେଉ ଅବା ଦୁଃଖେ ଭାଗିଦାର
         ନିରନ୍ତର ବହୁଥାଇ l(1)
   ଭାଙ୍ଗି ଯାଇଛି ମୋ ସ୍ବପ୍ନର କୋଣାର୍କ
        ସମ୍ପର୍କ ହୋଇଛି ଛିନ୍ନ
    ହଜି ସେ ଯାଇଛି ସମୁଦ୍ର ଗର୍ଭରେ
        ନାହିଁ କିଛି ଚିହ୍ନ ବର୍ଣ୍ଣ l(2)
    ରଖିନାହିଁ କେବେ ଆଶା ଅଭିଳାଷ
        କରିନାହିଁ ଅଭିମାନ
    ପ୍ରିୟ ରୁ ଅପ୍ରିୟ ହୋଇନାହିଁ କେବେ
         ରଖି ଅଛି ସନମାନ l(3)
    ଚିରିଯାଇଛି ସେ ଅଭିଧାନ ପୃଷ୍ଠା
          ନଜର ପଡୁନି ଆଉ
    କେତେ ପାଣ୍ଡୁଲିପି ଲେଖି ମୁଁ ସାରିଛି
         ପଢିବ କିଏ ବା ଆଉ l(4)
    ଶ୍ରଦ୍ଧାଭାଜନର ଉର୍ଦ୍ଧରେ ଥିଲି ମୁଁ
         ପ୍ରିୟ ପରିଜନ ଠାରେ
     ଦୂରିତ ଆଜି ମୁଁ ନିସ୍ବ ଅସହାୟ
          ବୟସର ମଧ୍ୟ୍ୟାନରେ l(5)
     ଦୂର ଦିଗନ୍ତର ଅମାପ ଦୂରକୁ
          ଉଡ଼ିଛି ମୁଁ ବହୁ ଦୂର 
     ତଥାପି ଲଢ଼ିଛି ଶତ ସିଂହ ବଳେ
          ପଡି ଉଠି ବହୁ ଥର l(6)
     ଆହା କହିବାକୁ ରାହା ନାହିଁ ଏଠି
          ଝୁଣ୍ଟି ପଡ଼ିବାର ବେଳେ
     ତଥାପି ଚାଲିଛି ଲକ୍ଷ ପଥ ନେଇ
         ସମୟର ତାଳେ ତାଳେ l(7)
     ଅଗ୍ନିର ଅନଳେ ଝାସ ଦେଇ ଜଳି
          ଜଳିଛି ମୁଁ ବାରମ୍ବାର
     ତଥାପି ଲୁଚାଇ କୋହର ବେଦନା
          ହସୁ ଥାଏ ନିରନ୍ତର l(8)
     ଜୀବନ କାହାଣୀ ଅସମାପ୍ତ ମୋର
          ବିସ୍ତୃତ ମୋ ପରିସୀମା
      ସମୁଦ୍ର ଲୁଣକୁ ତଉଲିବା ଯାହା 
          କେହିବି ବୁଝନା ଜମା l(9)
     ଗଢ଼ିଦେବ କିଏ ମୋ ପାଇଁ କୋଣାର୍କ
           ତୋଳି ଦେବ ବାଲି ଘର
      ତଥାପି ବଞ୍ଚିଛି ଏହି ଆଶା ନେଇ
           କିଏ ହେବ ଆପଣାର l(10)
   

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ 

         

Related posts

ବିଶେଶ୍ୱର ଦାସଙ୍କ ପରଲୋକ

Sunil Chandra Nayak

ରାଉରକେଲା- ଇସ୍ପାତ ଫିଟନେସ ପାଥ୍ ରେ ରଜ ଉତ୍ସବପାଳନ

Sunil Chandra Nayak

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!