ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – କାମନା ର ବିନାଶ ରେ ଦୁଃଖ ର ବିନାଶ

କାମନାର ବିନାଶରେ ଦୁଃଖର ବିନାଶ

 

ମିଛ ମାୟା ଏହି ସଂସାର ହାଟରେ ସବୁ ମାୟା ମରିଚିକା

ତଥାପି ମଣିଷ ଷଡ ରିପୁ ସଙ୍ଗେ ନିତି ବସାଇଛି ହଟା।

 

ମାୟା ମୋହ ଲୋଭ କାମନା ବାସନା ଶରୀରେ କରନ୍ତି ଘର

ସୁଖ କିଣି ଗଲେ ସୁଖ ମିଳେ ନାହିଁ ଜଳଇ ସାରା ଶରୀର।

 

କାମନା ଅଟଇ ନିଆଁ ବାଣ ସମ ଅନ୍ତର ଦିଏ ଜଳାଇ

କାମନା ନିଆଁରେ ଦୁର୍ଯୋଧନ ନାଶ ପୁରାଣରେ ଲେଖା ହୋଇ

 

କାମନର ବସ ବିଶ୍ରବା ଙ୍କ ସୁତ ବୈଦେହୀ କଲା ହରଣ

ସୁଖ କିଣି ଯାଇ ଦୁଃଖ କୁ କିଣିଲା ବଂଶ ହୋଇଲା ନିଧନ।

 

କାମନା ନିଆଁରେ ଜଳିଲେ ଅଶୋକ କରିଲେ କଳିଙ୍ଗ ଯୁଦ୍ଧ

ଅହିଂସା ର ପଥ ବାଛି ନେଇଗଲେ ଇତିହାସ ମନେ ହେଜ।

 

ଏହି ସବୁ କଥା ମନେ ମନେ ଭାବି ଛାଡିଲେ ରାଜଉଆସ

ଗୈାତମ ବୁଦ୍ଧ ଯେ ବୁଦ୍ଧ ଦେବ ହେଲେ କାମନା କୁ କଲେ ନାଶ।

 

କାମନା କୁ ଆଶା କରେ ଯେଉଁ ଜନ ଦୁଃଖ କୁ ଆଣଇ କିଣି

କାମନା ର ଯେବେ ବିନାଶ ହୋଇବ ସୁଖ ଶାନ୍ତି ଦେବ ଆଣି।

 

ବୁଦ୍ଧମ୍ ଶରଣମ୍ ଗଚ୍ଛାମି ସଂଘ ମ୍ ଶରଣମ୍ ଗଚ୍ଛାମି

ଏହି ମନ୍ତ୍ର ପାଠ ତୁଣ୍ଡରେ ଜପିଲେ ର୍ନିବାଣ ର ପଥ ବାଣୀ।

 

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!