ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ହେ ମହାବାହୁ

ହେ ମହାବାହୁ

 

ବାସନ୍ତୀ ଲତା ଜେନା

 

ଆହେ ମହାବାହୁ କରୁଣା ସାଗର

     ଶ୍ରୀପୟରେ ଲୟ ରହୁ

ତୁମେ ଆଦି ଅନ୍ତ ପରମ ପୁରୁଷ

    ସେବା ଆଶୀର୍ବାଦ ହେଉ l ୧l

 

କରି ଦିଅ ପ୍ରଭୁ ତୁଳସୀ ପତ୍ରଟେ

   ତୁମ ସେବାରେ ଲାଗିବି 

ଦୟଣା ମାଳରେ ଗଳାରେ ଝୁଲିବି

    ମଣୋହିରେ ଲାଗୁ ଥିବି l୨l

 

ଚନ୍ଦନ କାଠଟେ କରି ଦିଅ ପ୍ରଭୁ

    ପେଡ଼ିରେ ମୁଁ ଘୂରି ହେବି

ତୁମ କପାଳରେ ଟିପି ଟିପି ହୋଇ

    ଶୋଭା ବର୍ଦ୍ଧନ କରିବି l୩l

 

ଟିକି ଟିକି ଫୁଲ କରି ଦିଅ ମୋତେ

     ତୁମ ପାଖରେ ରହିବି

ଫୁଲରେ ସଜାଇ କଳା ସାଆନ୍ତକୁ

     ନିରେଖି ଯେ ଦେଖୁ ଥିବି l୪l

 

ଶୟନେ ସପନେ ଅବା ଜାଗରଣେ

      ମୋ ନୟନ ଦେଖେ ତୁମେ

ତୁମେ ଦୀନ ବନ୍ଧୁ କରୁଣାର ସିନ୍ଧୁ

     କୃପା ତୁମ ମର୍ତ୍ତ୍ୟ ଧାମେ l୫l

 

ବିଶ୍ୱାସରେ ତୁମେ ହୃଦୟରେ ତୁମେ

      ଆଶା ଓ ଭରସା ମୋର

ଆବେଗରେ ତୁମେ ସ୍ପନ୍ଦନରେ ତୁମେ

    ତୁମେ ମୋ ପ୍ରିୟ ଠାକୁର l୬l

 

ତୁମେ ମହାବାହୁ ପତିତପାବନ   

    ପାତକ ବିନାଶ କର

ଅଖିଳର ପତି ଜୀବନର ଗତି

     ତୁମ ପାଇଁ ଏ ସଂସାର l୭l

 

ଅଧମ ଅକ୍ଷମ ନାହିଁ ଜ୍ଞାନ ମୋର

    ଜାଣେ ନାହିଁ ପାପ ପୂଣ୍ୟ

ଯେଉଁ ପଥେ ପ୍ରଭୁ ପଥ ଦେଖାଇବ

    ସେ ପଥେ କଟିବ ଦିନ l୮l

 

ଦରଶନେ ଯଦି ମିଳି ଯାଏ ମୁକ୍ତି

    କରୁଣା ମାଗିବି ନାହିଁ

ଯିବ ଯିବା ବେଳେ ପାଶେ ମୋର ଥିବ

ମିନତୀ କଳା ଗୋସାଇଁ l୯l

 

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

Related posts

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାରାଙ୍ଗନା

Sunil Chandra Nayak

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ପ୍ରଭାବିତ।

Leave a Comment

error: Content is protected !!