ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

କୋକସରା,୨୬/୭- ( ମ ନି ସ ) ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ଅଗ୍ନିକାଣ୍ଡ ହୋଇ ଧନ ଜୀବନ ନଷ୍ଟ ହେଉଥିବା ବେଳେ ସାମାନ୍ୟତମ ସାବଧାନତା ଓ ସଚେତନତା ହେଲେ ଆମେ କେମିତି ପ୍ରାକୃତିକ ବିପର୍ଯ୍ୟୟ ଅଗ୍ନିକାଣ୍ଡ ରୁ ରକ୍ଷା ପାଇବା ଓ ସୁରକ୍ଷିତ ରହିବା ସେ ନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ମକଡ୍ରିଲ ପ୍ରଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଥ ରେଡ଼କ୍ରସ ର ପରାମର୍ଶଦାତା ତଥା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଡେମୋ ପ୍ରଦର୍ଶନ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ରନ୍ଧନ ଗ୍ୟାସରେ ଅସାବଧାନତା କାରଣରୁ ଅନେକ ସମୟରେ ନିଆଁ ଲାଗି ଧନ ଜୀବନ ବିପଦରେ ପଡୁଥିବା ବେଳେ ଟିକିଏ ସାବଧାନତା ହେଲେ ଏହି ବିପଦରୁ କେମିତି ସୁରକ୍ଷିତ ରହିବା ସେନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଡେମୋ ମାଧ୍ୟମରେ ଦେଖାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ପ୍ରଶାନ୍ତ ଯୋଶୀ, ପ୍ରେମାନନ୍ଦ ସାହା, ହେମନ୍ତ ସେନାପତି, ଅଧ୍ୟାପିକା କଲ୍ୟାଣି ମହାନ୍ତି, ଭାରତ ଭୂଷଣ ଠାକୁର, ଭାଗବତ କଟା, ବିଭୁ ସାହୁ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

ଜନରଞ୍ଜନପ୍ରଧାନ ଙ୍କ କବିତା ଜୀବନ ଯମୁନା

Sunil Chandra Nayak

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

Sunil Chandra Nayak

Leave a Comment

error: Content is protected !!