ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

ବାରବାଟୀ ଚାଷ 

 

ଗାଲୁଆଙ୍କ ଅଟେ ବାରବାଟୀ ଚାଷ 

ଗୁଣ୍ଠେ କି ବିଶ୍ୱାଏ ନାହିଁ 

ଖଟ ଖାଇ ଖାଇ ହୋଇଲାଣି ଶେଷ 

ଖଟୁଲି ଖୋଜନ୍ତି ସେହି। 

 

ଗୋଦରା ଯେତିକି ତାଡୁଛି ମାଡୁଛି 

ଫଳଘର ହୁଏ ଶୁନ 

ବକଭଳି ଧ୍ୟାନ କରି ବସିଥାନ୍ତି 

ନଜରେ ଖୋଜନ୍ତି ମୀନ। 

 

ବାହାପିଆ ଙ୍କର କଥା ତ ଫୁଟାଣି 

କାର୍ଯ୍ଯରେ ପଛୁଆ ଗତି 

ତେଲର ବିହୁନେ ବାପ ଚନ୍ଦା ଅଛି 

ବାଗୁଲି କେଶ ଛାଡନ୍ତି । 

 

ମାଆ ଧାନ କୁଟୀ ପୁଅ ତ ନାଗର 

କହି ବୁଲୁଥାନ୍ତି ଖ୍ଯାତି 

ଆଗ ତ ବେଶର ବାଟି ବସିଥାନ୍ତି 

ଅନାଇଁ ବିତଇ ରାତି। 

 

କଥା କୁହାଳିଆ ଘର ଅଛପର 

ସୂର୍ଯ୍ୟ ଚନ୍ଦ୍ର ଦେଖାଯାନ୍ତି 

ନିର୍ମୂଳି ଲତାର ପ୍ରାୟ ମାଡିବସି 

ଖାଇ ଶେଷ କରିଦ୍ଯନ୍ତି। 

 

ବାମନ ହୋଇକି ହସ୍ତ ପ୍ରସାରନ୍ତି 

ଚାନ୍ଦ କୁ ତୋଳିବା ପାଇଁ 

ଅଯୋଗ୍ୟ ମୂଳା ତ ଭେକକୁ ଦେଖାଇ

ଭିକ ମାଗେ ସବୁଠାଇଁ। 

 

ଘର ବୁଡି ପାଣି ଆଣ୍ଠୁଏ ହେଲାଣି 

ଅନ୍ଧ କହେ ଦୁଲୁକୁଛି 

ଦୁନିଆଁ ଅଳିଆ ଗୋଟାଇ ସେ ଆଣି 

ଘର କୋଣେ ସାଇତିଛି। 

 

ଜବାବ ସୁଆଲ ସତେକି ଓକିଲ ଚାଟଶାଳୀ ମାଡିନାହିଁ 

ବାଟେ ଗାତ ଖୋଳି ପତର ବିଚ୍ଛାଡି 

ଖାଲରେ ପକାନ୍ତି ସେହି ।

 

ବିଲୁଆ ବିଚାର କରି ବସିଥାନ୍ତି 

ଭୁକନ୍ତି କୁକୁର ଭଳି 

ଅଯଥା କଥାରେ କଳି କରିଥାନ୍ତି 

କଥା ଗଗନ ରୁ ତୋଳି। 

 

ମାଡ ଖିଆଙ୍କର ପିଠି ତ ବଧିରା 

ଦେଖିବା ମାଇଲୁ ମୋତେ

 କି କହିବା ଅବା ଗାଲୁଆଙ୍କର ତ

ମୁଖେ ଲାଜ ନାହିଁ ସତେ?। 

 

କଥା ଅଟେ ତାଙ୍କ ମେଘର ଡମ୍ବରୁ 

ନିଜେ ତ କୋଇଲି ସୂତା 

ଋଷି ଶ୍ରାଦ୍ଧ ଆଉ ଅଜା ଯୁଦ୍ଧ କୁ ତ 

ଜନେ ହସିବାର କଥା। 

 

କଣ୍ଡୁରୀ ଚରଣ ନାୟକ 

ଗଙ୍ଗନଗର ପଲ୍ଲୀ,

 ଭୁବନେଶ୍ବର ।

 

Related posts

ଜାମଦା ପଞ୍ଚାୟତ ସମିତିର ୪ ର୍ଥ ତମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!