ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

ଢ଼େଙ୍କାନାଳ: ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତତଫରୁ ଗୁଡ଼ିଆ କାଟେଣି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ସକାଳ ୯ ଘଟିକା ସମୟରେ ମହାନ ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ରେ ସ୍ଥାନୀୟ ବିଧାୟିକା ସୀମାରାଣୀ ନାୟକ ବିଜୁ ବାବୁ ଙ୍କ ଜୀବନଦର୍ଶନ, ସେବା, ତ୍ୟାଗ , ଦୁଃସାହସିକ କାର୍ଯ୍ଯ ସଂପର୍କ ରେ ଆଲୋଚନା କରି ଆଧୁନିକ ଓଡ଼ିଶାର ସ୍ଥପତି ଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ ଓ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ସମସ୍ତ   ଙ୍କୁ  ଆହ୍ବାନ ଦେଇଥିଲେ। ଏତଦ୍ ବ୍ୟତୀତ ଓଡ଼ାପଡ଼ା ବ୍ଲକ୍ ର ଚେୟାରମ୍ୟାନ ସସ୍ମିତା ମହାନ୍ତି ବିଜୁ ପଟ୍ଟନାୟକ ଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଓ ଦୁରଦୃଷ୍ଟି କିପରି ବିକଶିତ ହୋଇ,୧୩ରୁ ୩୦ଜିଲ୍ଲା ହେବା, ମହିଳା ଙ୍କ ନିମନ୍ତେ ଶତକଡ଼ା ୩୩ ଭାଗ ସ୍ଥାନ ସଂରକ୍ଷଣ ଆଦି ମହନୀୟ ଉଦ୍ୟମ କୁ ବଖାଣି ଥିବା ବେଳେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ନିଜ ମନ୍ତବ୍ୟ ରେ ଅଭିନବ ପ୍ରୟାସ,ସାହସ, କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ କିପରି ବିଜୁ ବାବୁ ଇଣ୍ଡୋନେସିଆ ର ଭୂମିପୁତ୍ର ସମ୍ମାନ ଲାଭ କରିଥିଲେ ,ସେ ସଂପର୍କିତ ସମ୍ୟକ ସୂଚନା ଦେବା ସହିତ ସେଇ ମହାନ ଜନ ନାୟକଙ୍କ ପ୍ରତି ନିଜର ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ଏଠାରେ ଉପସ୍ଥିତ ହୋଇଥିବା ସମସ୍ତ ବିଜୁ ପ୍ରେମୀ ପ୍ରବାଦ ପୁରୁଷ ତଥା ଆନ୍ତର୍ଜାତିକ ନେତା ଙ୍କୁ ସାମୁହିକ ଦୀପ ପ୍ରଜ୍ବଳନ କରୁଥିଲେ ।ଏହି ମହାନ୍ ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମ ରେ ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର, ଅଶୋକ ନାୟକ, ଓଡ଼ାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଅମିତାଭ ସ୍ବାଇଁ, ଗୋବିନ୍ଦ ବେହେରା , ପ୍ରତିମା ନାୟକ,ସମେତ ପ୍ରତି ପଞ୍ଚାୟତ ର ଜନ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ତଥା ବିଜୁ ପ୍ରେମୀ ଉପସ୍ଥିତ ହୋଇଥିଲେ ।ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚିଲିଗୁଡ଼ାରେ ନୂଆଖାଇ ଭେଟ ଘାଟ ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

Leave a Comment

error: Content is protected !!