ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆକୋଟରେ ଆମ ପୋଲିସ ସମିତି ବୈଠକ 

ପାପଡାହାଣ୍ଡି ,29/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଠାରେ ପୋଲିସ ଦ୍ୱାରା “ଆମ ପୋଲିସ ସମିତି ” କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି | ପୋଲିସ ସହିତ କେମିତି ମିଳି ମିଶି ରହିବେ ଏହି ଦିଗରେ କାର୍ଯକ୍ରମଟି ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଗୋନାରେ ସହିଦ ହୋଇଥିବା ପ୍ରଶାନ୍ତ କୁମାର ପାତ୍ର ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ, ଧୂପ ଏବଂ ଦୀପ ଦେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ଓ ଏସ୍ଡ଼ିପିଓ ଆଦିତ୍ୟନାଥ ସେନ ଲୋକଙ୍କୁ ପୋଲିସ ସହିତ ମିଳି ମିଶି ରହିବା ଏବଂ ପୋଲିସ କୁ ସାହାଯ୍ୟ କରିବା ଏବଂ ଯେ କୌଣସି ଅସୁବିଧା ହେଲେ ପୋଲିସ ପାଖକୁ ଯିବା ନହେଲେ ଖବର ଦେବା ବୋଲି କହିଥିଲେ ଏବଂ ବାଲ୍ୟ ବିବାହ ରୋକିବା, ପୋଷ୍କ ଆକ୍ଟ କଣ ଏହି ଦିଗରେ ମଧ୍ୟ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମରେ ନୂଆକଟ ସ୍ଥିତ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଗୀତ, ନାଚ କରିଥିଲେ | ପୋଲିସ ବିଭାଗ ତରଫରୁ ତାଙ୍କୁ ଉତ୍ସାହିତ ନିମନ୍ତେ ପେନ, ଖାତା ବଣ୍ଟନ ସହ ମିଠା ମଧ୍ୟ ବଣ୍ଟନ କରିଥିଲେ | କାର୍ଯ୍ୟକ୍ରମରେ ସବଇନ୍ସପେକ୍ଟର ଶିବଜି ପଣ୍ଡା, A S I ଲାବନ୍ୟ ବେମାଲ, କାମାକ୍ଷ ବିଷୟୀ, ମଇଦଲ ପୁର ଫାଣ୍ଡି ଅଧିକାରୀ ଡି ଦେବିକୁମାର, ସରପଞ୍ଚ ଲକି ମାଝୀ,ପିଏଲଭି ସଭ୍ୟ ରାଜ କିଶୋର ରାଓ ଏବଂ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!