ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଲିଗାଁ ଆଶ୍ରମ ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଳିଗାଁ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନୂଆପଡା ତରଫରୁ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ମଦନ ସୁନ୍ଦର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭlରେ ଶିକ୍ଷକ ତିଳରାମ ମାଝୀଙ୍କୁ ବିଦାୟ କାଳିନ ଉପଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭlରେ ମୁଖ୍ୟ ଅତିଥି ଭାବେ ଡ଼ା ନନ୍ଦକିଶୋର ତାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ନୂଆପଡା ଯୋଗଦାନ କରିଥିବା ବେଲେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ବିଶିଷ୍ଟ ଅତିଥି ହିମାଂଶୁ ଶେଖର କୁମ୍ଭାର, ସହ ଜିଲ୍ଲା ମଙ୍ଗଳ ଅଧିକାରୀ ନୂଆପଡା , ସମ୍ମାନୀତ ଅତିଥି ଭାବରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ କ୍ଷଣ ପ୍ରଭା ପାଣିଗ୍ରାହୀ ଖଡ଼ିଆଳ, ସୂର୍ଯ୍ୟକାନ୍ତ ଭୋଇ ସିନାପାଲି, ଶ୍ୟାମ ସୁନ୍ଦର ଧରୁଆ କୋମନା, ମଞ୍ଚାସିନ ଅତିଥି ଭାବରେ ବିଶିଷ୍ଟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ହୋତା, ବ୍ରଜ କିଶୋର ମିଶ୍ର, ରାମ ଚନ୍ଦ୍ର ସାହୁ ଓ ସୁଶୀଲ କୁମାର ପତି ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘ,ନୂଆପଡା ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ରଜନୀ କାନ୍ତ ଯୋଶୀ ଏବଂ ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଶ୍ୟାମ ସୁନ୍ଦର ମେହେର, ରତ୍ନାକର ଠେଲା, ଲତିକା ମଞ୍ଜୁରୀ ରାଉତ, ଶୁଭକର ମାଝୀ ଓ ଶେଷରେ କୁଲିଗାଁ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୀତବାସ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ

Sunil Chandra Nayak

ପ୍ରାଥମିକ ବିଦ୍ୟାଳୟରେ ଝୁଲୁଥିଲା ତାଲା, ବ୍ଲକ ଅଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା

Sunil Chandra Nayak

କନ୍ଧମାଳ ରେ ମାଓ ସମୀକ୍ଷା କଲେ ଡ଼ାଇରେକ୍ଟର ଇଣ୍ଟିଲିଯେନ୍ସ ଆଇଜି ସଂଜୀବ ପଣ୍ଡା

Sunil Chandra Nayak

Leave a Comment

error: Content is protected !!