ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଅନୁମୋଦନ ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାକୁ ଅବଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି। ଖୋର୍ଦ୍ଧା ବରୁଣେଇ ଠାରେ ଏହି ଜମି ଯୋଗାଇ ଦିଆଯାଇଛି। ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଆଇଟି ପଲିସି -୨୦୨୨ରେ କ୍ୟାବିନେଟ୍ ମୋହର ବାଜିଛି।

କ୍ୟାବିନେଟ ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି

୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଲାଗୁ ହେବ ଯୋଜନା।

ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ୧୦୦ ଦିନ ପାଇଁ କାମ ଯୋଗାଇ ଦିଆଯାଉଛି ।

ଜଳ ଜୀବନ ମିଶନ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରିଛି କ୍ୟାବିନେଟ। ୨ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୫, ୪୦୦ ଲୋକ ଏହି ପ୍ରକଳ୍ପ ଦ୍ବାରା ପାନୀୟ ଜଳ ସୁବିଧା ପାଇବେ । ପାନୀୟ ପ୍ରକଳ୍ପ ପାଇଁ ୧୧୪ କୋଟି ୬୮ ଲକ୍ଷ ଖର୍ଚ୍ଚ ହେବ । ୨୪ ମାସରେ କାମ ସରିବ ।

ପୁରୀରେ ‘ଅବଢ଼ା’ ଯୋଜନାରେ ବୋର୍ଡିଂ ଓ ରହଣୀ ସୁବିଧା କରାଯିବ । ଏଥିପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗ ହେବ ।

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ନିକଟରେ ନିର୍ମାଣ ହେବ ଆନିକଟ । ବରଦା ଗାଁ ପାଖରେ ୩୬ ମାସରେ ମଧ୍ୟରେ ଶେଷ ହେବ ଆନିକଟ କାମ । ବ୍ରହ୍ମପୁର ସହର ଓ ୧୬ଟି ଗାଁକୁ ପାନୀୟ ଜଳ ଓ କୃଷିକ୍ଷେତ୍ରରେ ଏହି ଆନିକଟ ସହାୟକ ହେବ । ଆନିକଟ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ଓ ରକ୍ଷଣାବେକ୍ଷଣ ପାଇଁ ୨ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

Sunil Chandra Nayak

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

Sunil Chandra Nayak

Leave a Comment

error: Content is protected !!