ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଯୁକ୍ତ ଦୁଇ ରେ ଶିକ୍ଷକ ଅଭାବ, ମାସେ ରହିଲା ପରୀକ୍ଷା, ଚିନ୍ତା ରେ ଛାତ୍ରୀ ଛାତ୍ର

କୋକସରା,୦୭।୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବାଙ୍ଗୋମୁଣ୍ଡା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷାଦାନ ଅବ୍ୟବସ୍ଥା ଘେରରେ ଗତି କରୁଥିବା ଜଣାପଡିଛି। ଏଠାରେ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ପାଠ ପଢାରେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଛାତ୍ରୀ ଛାତ୍ର । ଚଳିତ ବର୍ଷ ପ୍ରଥମ କରି ଏହି ବିଦ୍ୟାଳୟର ଛାତ୍ରୀ ଛାତ୍ର +୨ ର ବୋର୍ଡ ପରୀକ୍ଷା ଦେବେ ହେଲେ ବର୍ତ୍ତମାନ ସୁଦ୍ଧା ବିଜ୍ଞାନ ବିଭାଗ ର ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ଆଦି ବିଷୟ ର ଶିକ୍ଷକ ନଥିବା ବେଳେ କିଭଳି ଛାତ୍ରୀ ଛାତ୍ର ପରୀକ୍ଷା ଦେବେ ସେ ନେଇ ଚିନ୍ତାରେ ରହିଛନ୍ତି । ଶିକ୍ଷାର ମାନରେ ଉନ୍ନତୀ ହେବା ସହ ପିଲାମାନେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ଏହି ବିଦ୍ୟାଳୟକୁ ୫ ଟି ମୋ ସରକାର ଅଧିନରେ ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ଶିକ୍ଷକ ଅଭାବ ଯୋଗୁଁ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ କୋକସରା ବ୍ଲକ ରେ ୨୦୧୬ ମସିହା ରୁ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇ ୨୦୨୦ – ୨୧ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହୋଇଛି । ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ୫ ଶହରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କ ପାଇଁ ଅନ୍ତତଃ ୧୭ ଜଣ ଶିକ୍ଷକ ରହିବା କଥା ହେଲେ ବିଦ୍ୟାଳୟରେ ୧୦ ଜଣ ଶିକ୍ଷକ ରହିଥିବା ବେଳେ ୭ ଜଣ ଶିକ୍ଷକ ପଦବୀ ଖାଲି ରହିଛି। ସେମାନଙ୍କ ମଧ୍ୟରୁ +୨ ବିଜ୍ଞାନ ର ଛାତ୍ରଛାତ୍ରୀ ଙ୍କ ପାଇଁ ଫିଜିକ୍ସ, କେମେଷ୍ଟ୍ରି, ଓ ବାୟୋଲୋଜି ଆଦି ବିଷୟ ର ଶିକ୍ଷକ ନଥିବା ବେଳେ କିଭଳି ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ସେ ନେଇ ଚିନ୍ତାରେ ଛାତ୍ରୀ ଛାତ୍ର ଓ ଅଭିଭାବକ । ଚଳିତ ବର୍ଷ ଏହି ବିଦ୍ୟାଳୟ ରୁ ୫୦ ଜଣ ଛାତ୍ରୀ ଛାତ୍ର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବେ । ହେଲେ ଏବେ ବି ବିଦ୍ୟାଳୟରେ ତିନି ପ୍ରମୁଖ ବିଷୟ ର ଶିକ୍ଷକ ପଦବୀ ଖାଲି ରହିଥିବା ସହିତ ଲେବୋରୋଟେରି ଆସିଷ୍ଟାଣ୍ଟ ମଧ୍ୟ ଖାଲି ରହିଛି । ସେହିଭଳି ଦଶମ ଶ୍ରେଣୀ ପାଇଁ ମଧ୍ୟ କମ୍ପ୍ୟୁଟର, ହିନ୍ଦୀ ଓ ଗଣିତ ପାଇଁ ପିଜିଟି ଏଵଂ ଟି ଜି ଟି ଶିକ୍ଷକ ପଦବୀ ଖାଲି ରହିଛି । ଯାହା ଫଳରେ ଛାତ୍ର ଛାତ୍ରୀ ସମେତ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ନହେଲେ ଆନ୍ଦୋଳନ କରିବାକୁ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ମ ନି ସ 

Related posts

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!