ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

ଧର୍ମଗଡ:୭/୪/୨୨: ଧର୍ମଗଡ ଏନଏସି ର ଉପାଧ୍ୟକ୍ଷ୍ୟା ଭାବେ ଶ୍ରୀମତୀ ମନୀଷା ମିଶ୍ର ନିର୍ବାଚିତ ହୋଇଛନ୍ତି । ସେ ଭାଜପା ପ୍ରାର୍ଥୀ ଙ୍କୁ ୯-୫ ଖଣ୍ଡ ଭୋଟ ରେ ପରାସ୍ତ କରି ବିଜୟୀ ହୋଇ ଥିଲେ । ଆଜି ଉପାଧ୍ୟକ୍ଷା ପଦବୀ ପାଇଁ ଧର୍ମଗଡ ଏନଏସି କାର୍ଯ୍ୟାଳୟ ଠାରେ ଏଥି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା । ନିର୍ବାଚନ ଅଧିକାରୀ ଭାବେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ନିର୍ବାଚନ ପରିଚାଲନା କରିଥିଲେ । ବିଜେଡି ଦଳ ପକ୍ଷରୁ ଏଜେଣ୍ଟ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିଲେ । ଏନେସି ଅଧ୍ୟକ୍ଷ ଅଶୋକ ମହାନ୍ତି ଉପସ୍ଥିତ ଥିଲେ ।

     ୧୪ ଟି ୱାର୍ଡ କୁ ନେଇ ଗଠିତ ଏନଏସି ରେ ବିଜେଡି ର ୯ଜଣ କାଉନସିଲର ବିଜୟୀ ହୋଈଥିବା ବେଳେ ଭାଜପା ର ୫ ଜଣ କାଉନସିଲର ବିଜୟୀ ହୋଇଛନ୍ତି । ଉପାଧକ୍ଷା ପଦ ପାଇଁ ବିଜେଡି ପାଖ ରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ରହିଛି । ବିଜେଡି ପକ୍ଷରୁ ୱାର୍ଡ଼ନଂ-୪ ର କାଉନସିଲର ଶ୍ରୀମତୀ ମନୀଷା ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । କିନ୍ତୁ ଭାଜପା ର ୱାର୍ଡ଼ ନଂ-୧୨ ର କାଉନସିଲର ରତ୍ନା ପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିବା ଯୋଗୁ ଭୋଟିଂ କରାଯାଇଥିଲା । ବିଜେଡି ପ୍ରାର୍ଥୀ ମନିଷା ମିଶ୍ର ଙ୍କୁ ୯ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ରତ୍ନା ପାତ୍ର ଙ୍କୁ ୫ ଖଣ୍ଡ ଭୋଟ ମିଳିଥିଲା । ଓପନ ଭୋଟିଂ ପାଈ ରାଜ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥିବାରୁ ଦଳୀୟ କାଉନସିଲର କ୍ରସ ଭୋଟିଂ କରିବା ସମ୍ଭାବନା ନଥିଲା । ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ସମୟ ସ୍ରୋତରେ ଜୀବନ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

Sunil Chandra Nayak

ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ତାଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!