ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ସମାଜ ଲାଞ୍ଜିଗଡ଼ ବ୍ଲକ କମିଟି ଗଠିତ

ଲାଞ୍ଜିଗଡ଼,୭/୮:  ( ମ ନି ସ ) ବ୍ରାହ୍ମଣ ସମାଜ କଳାହାଣ୍ଡିର ଆହ୍ୱାନ କ୍ରମେ ଲାଞ୍ଜିଗଡ଼ ବ୍ଳକ କମିଟି ଗଠନ ନିମନ୍ତେ ରବିବାର ଲାଞ୍ଜିଗଡ଼ ସ୍ଥିତ ଗୌରୀ ଶଙ୍କର ମହାପାତ୍ରଙ୍କ ବାସ ଭବନରେ ଏକ ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ବରିଷ୍ଠ ବ୍ରାହ୍ମଣ ହରେକୃଷ୍ଣ ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ଓ ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ବରିଷ୍ଠ ବ୍ରାହ୍ମଣ, ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଦିବଙ୍ଗତ ଡ଼ ଅକ୍ଷୟ କୁମାର ନନ୍ଦଙ୍କ ସ୍ମୃତି ଚାରଣ ଓ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ରାହ୍ମଣ ସମାଜ ସଂଗଠନ କୁ ସୁଦୃଢ କରିବା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ସଂଗଠନ ସହ ଯୋଡିବା ନିମନ୍ତେ ଅତିଥିମାନେ ଆହ୍ଵାନ କରିଥିଲେ। ବ୍ରାହ୍ମଣ ସମାଜ ସଂଗଠିତ ହୋଇ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜରିଆରେ ସାମୂହିକ ବିକାଶ ନିମନ୍ତେ କାର୍ଯ୍ୟ କରିବ। ଏହି ଲକ୍ଷ୍ୟ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଳକ କମିଟି ମାନ ଗଠନ କାଯାଉଛି। ଏହିକ୍ରମରେ ଆଜି ଲାଞ୍ଜିଗଡ଼ ବ୍ଳକ କମିଟି ମଧ୍ୟ ଗଠନ କରାଯିବ । ପରବର୍ତ୍ତୀ ସମୟରେ ପଞ୍ଚାୟତ ସ୍ତରୀୟ ଓ ଗ୍ରାମ୍ୟ ସ୍ତରୀୟ କମିଟି ଗଠନ କରାଯାଇ କଳାହାଣ୍ଡିରେ ବସବାସ କରୁଥିବା ପ୍ରତ୍ୟେକ ବ୍ରାହ୍ମଣ ପରିବାରକୁ ଏକତା ସୂତ୍ରରେ ଯୋଡିବାକୁ ଜିଲ୍ଲା ସଭାପତି ଶ୍ରୀ ମୁଣ୍ଡ ଆହ୍ୱାନ ଦେଇଥିଲେ। ଏହି ସଭାରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତର ବ୍ରାହ୍ମଣ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ। ଏହି ଅବସରରେ ୧୩ ଜଣିଆ ବ୍ରାହ୍ମଣ ସମାଜ ଲାଞ୍ଜିଗଡ଼ ବ୍ଳକ କମିଟି ଗଠିତ ହୋଇଥିଲା। ଏଥିରେ ସର୍ଵ ସମ୍ମତି କ୍ରମେ ଲାଞ୍ଜିଗଡ଼ ବ୍ଳକ କମିଟି ସଭାପତି ରୂପେ ହରେକୃଷ୍ଣ ଯୋଶୀ, ଦୁଇଜଣ ଉପସଭାପତି ମନୋଜ କୁମାର ମହାପାତ୍ର ଓ ପ୍ରମୋଦ କର ଙ୍କୁ ମନୋନୀତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଶ୍ରୀମୁଖ ଅଗସ୍ତି, ସଂଗଠନ ସମ୍ପାଦକ ଭଗବାନ ହୋତା ଓ କୋଷାଧ୍ୟକ୍ଷ ଭାବେ ଦୁର୍ଗାମାଧବ ରଥ ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ୫ ଜଣ କାର୍ଯ୍ୟକାରୀ ସଭ୍ୟ ଭାବେ ସ୍ୱରୂପରାଜ ହୋତା, ମନୋଜ କୁମାର ଶତପଥୀ, ଯତୀନ୍ଦ୍ର ନନ୍ଦ, ଧର୍ମେନ୍ଦ୍ର ପଣ୍ଡା ଓ କାର୍ତ୍ତିକ ବେହେରାଙ୍କୁ ମନୋନୀତ କରାଯାଇଥିଲା। ଯୁବ ଶାଖା ପର୍ଶୁରାମ ସେନାର ବ୍ଳକ ସଂଯୋଜକ ଭାବେ ଦେବାଶିଷ ମହାପାତ୍ର ଓ ମହିଳା ଶାଖା ପ୍ରଜ୍ଞା ବାହିନୀର ବ୍ଳକ ସଂଯୋଜିକା ଭାବେ ଶ୍ରୀମତୀ ଚୁମକୀ ଦାଶ ଙ୍କୁ ସର୍ଵ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଳକ କମିଟିର ନୂତନ କର୍ମକର୍ତ୍ତାଙ୍କୁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଉପଢୌକନ ଦେଇ ସମର୍ଦ୍ଧନା କରାଯିବା ସହ ବ୍ଳକର ଦାୟିତ୍ୱ ଅର୍ପଣ କରାଯାଇଥିଲା। ଦାୟିତ୍ବ ଗ୍ରହଣ କରିବାପରେ ବ୍ରାହ୍ମଣ ସମାଜ ଲାଞ୍ଜିଗଡ଼ ବ୍ଳକ କମିଟିର କର୍ମକର୍ତ୍ତା ସମେତ ଉପସ୍ଥିତ ସମସ୍ତ ସଦସ୍ୟ ସାମୂହିକ ଶପଥ ପାଠ କରିଥିଲେ। ଲାଞ୍ଜିଗଡ଼ ବ୍ଲକରେ ବ୍ରାହ୍ମଣ ସମାଜକୁ ସୁଦୃଢ କରିବା ସହ ପଞ୍ଚାୟତ ଓ ଗାଁ ସ୍ତର ପଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ ବ୍ଳକ ସଭାପତି ଶ୍ରୀ ଯୋଶୀ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ। ଆସନ୍ତା ୧୧ ତାରିଖ ଦିନ ଲାଞ୍ଜିଗଡ଼ ଠାରେ ପ୍ରଜ୍ଞା ବାହିନୀର ସମସ୍ତ ମହିଳା ଓ ଯୁବତୀ ମାନଙ୍କୁ ସାମିଲ କରି ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଉପସଭାପତି ମନୋଜ ମହାପାତ୍ର ପ୍ରକାଶ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

Related posts

ଜାନକୀ ମହାନ୍ତ ଙ୍କ କବିତା ଭକ୍ତ -ଭଗବତୀ- ମହାମିଳନ

Sunil Chandra Nayak

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

Sunil Chandra Nayak

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!