ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଗପୁର ଗାଁ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ଗାଁ ନିକଟ ମୁଖ୍ୟ ରାଜ୍ୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତି ପ୍ରାୟ ଆଠଟା ତିରିଶି ମି. ସମୟରେ ଏକ କୋଇଲା ବୋଝେଇ ଟ୍ରକ ନଂ ସିଜି୦୪ଏମଜେଡ ୬୫୮୩ ଭବାନୀପାଟଣାରୁ ମ. ରାମପୁରକୁ ସଂଯୋଗ କରୁଥିବା ରାସ୍ତା ଦେଇ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଗାଡ଼ିର ଝରକା ଭାଙ୍ଗି ଡ଼୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ପରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସୂଚନା ମତେ ଡ୍ରାଇଭରଙ୍କ ଅଣ୍ଟା ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

Sunil Chandra Nayak

Leave a Comment

error: Content is protected !!