ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତ ଜୋଡୋ ଅଭିଯାନ କୋକସରା ଠାରେ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

କୋକସରା,୨୮/୧୧-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭାରତ ଜୋଡୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋନ ସ୍ତରୀୟ ସମ୍ମିଳନୀରେ କୋକସରା ଓ ମୋଟେର ଯୋନ ସଭାପତି କମଳ ଲୋଚନ ନାଏକ ଓ ଯତୀନ୍ଦ୍ର ଦଳାଇଙ୍କ ମିଳିତ ଆବାହନରେ ବ୍ଲକ କଂଗ୍ରେସ କମିଟିର କୋକସରା କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସର ସଭାପତି ଭାରତ ଭୂଷଣ ଭୂଷଣ ବେମାଲ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଂଗଠକ ରବୀନ୍ଦ୍ର କୁମାର ପାଟଯୋଷୀ, କୋକସରା ବ୍ଲକ ସଂଗଠକ ପୁରୁଷୋତ୍ତମ ଗୁପ୍ତା, ଗୋଳାମୁଣ୍ଡା ବ୍ଲକ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ପୁର୍ବତନ କୋକସରା ବ୍ଲକ ବରିଷ୍ଠ ନେତା ନିମାଇଁ ଧଙ୍ଗଡା ମାଝୀ, ମଣିଭଦ୍ର ପଣ୍ଡା, ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ମହାନନ୍ଦ, ଯୁବନେତା ତ୍ରିଭୁବନ ନାଏକ, ଜିଲ୍ଲା ଯୁବ କଂଗ୍ରେସ ପ୍ରବକ୍ତା ବେନୁପାଣି ଦୁର୍ଗା, ଫକୀର ନାଏକ ଛାତ୍ର କଂଗ୍ରେସ ଯୁବନେତା ସୁଜିତ କୁମାର ସରାଫ, ନାରିନେତ୍ରୀ ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ପ୍ରଧାନୀ, ଫୁଲତୋଳା ଖମାରି, ମାଧୁରୀ ନିଆଲ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳର ପୂର୍ବ ଗୌରବ ଫେରାଇ ଆଣିବାକୁ ଗ୍ରାମାଞ୍ଚଳରୁ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି ଓ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଭାରତ ଜୋଡୋ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ କର୍ମିଙ୍କୁ କହିଥିଲେ। ଯୋନ ସ୍ତରୀୟ କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା ପୁର୍ବତନ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ କରିଥିବା ବେଳେ ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ ସମେତ କଂଗ୍ରେସ କର୍ମି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ମସିହା ନିଉଜ ସର୍ଭିସ୍ 

Related posts

ଉପରବେଡା ସମିତି ସଭ୍ୟମାନଙ୍କ ପରିବାରର ହାତୀଚଲାପଥ, ,କେନାଲ ଅବରୋଧ, ସରକାରୀ ଜାଗାରେ ଗୃହ ନିର୍ମାଣ, ସଂଗୀନ ଅଭିଯୋଗ ନେଇ ଗ୍ରାମବାସୀଙ୍କ ବିଡ଼ିଓ, ତହସିଲଦାର,ବନାଞ୍ଚଳ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ

Sunil Chandra Nayak

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!